କହ୍ନେୟା ଲାଲଙ୍କ ପରିବାରକୁ ୧.୩୭ କୋଟିର ସଂଗ୍ରହ
1 min readଜୟପୁର : ମୌଳବାଦୀଙ୍କ ଶିକାର ହୋଇଥିବା ରାଜସ୍ଥାନ ଉଦୟପୁରରେ ଦର୍ଜି କେହ୍ନୟାଲାଲଙ୍କ ପରିବାରକୁ ସମବେଦନା ଓ ସହାୟତାର ସୁଅ ଛୁଟିଛି । ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ଘରକୁ ଆସି ୫୧ ଲକ୍ଷ୍ୟ ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ଦିଲ୍ଲୀର ବିବାଦୀୟ ବିଜେପି ନେତା କପିଳ ମିଶ୍ରଙ୍କ ଉଦ୍ୟମକ୍ରମେ ୧ କୋଟି ୩୭ ଲକ୍ଷ ଟଙ୍କା ସଂଗ୍ରହ କରାଯାଇ କେହ୍ନେୟାଙ୍କ ପରିବାରକୁ ପ୍ରଦାନ କରାଯାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ‘କ୍ରାଉଫାଣ୍ଡି’ସାହାଯ୍ୟରେ ଏହି ଅର୍ଥ ସଂଗ୍ରହ ଅଭିଯାନରେ ୧୨ ହଜାର ସ୍ୱେଚ୍ଛାସେବୀ ସାମୀଲ ହୋଇଥିଲେ ।