Pratidin TV

Odisha's Digital News Platform

ପୁଣି ମାଡିଲା କରୋନା ଭୟ : ୨୪ ଘଣ୍ଟାରେ ରାଜ୍ୟରୁ ନେଲା ଗୋଟେ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ପ୍ରତ୍ୟକ ଦିନ ଧିରେ ଧିରେ ହ୍ରାସ ପାଉଥିବା ସମୟରେ ,ଆଜି କରୋନା ନେଇଛି ଓଡିଶାରୁ ଗୋଟେ ଜୀବନ ।ସୂଚନା ଅନୁଯାୟୀ ମୃତକ ଜଣଙ୍କ ବାଲେଶ୍ୱର ଜିଲ୍ଲାର । ତେବେ ଗତ ୨୪ ଘଣ୍ଟାରେ ୬୫୩ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତିା ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୪,ସ୍ଥାନୀୟ ସଂକ୍ରମଣରୁ୨୬୯ ଏବଂ ୧୮ ବର୍ଷରୁ କମ୍ ବର୍ଗ ମଧ୍ୟରେ ୧୨୮ ଜଣ ରହିଛନ୍ତି । ସେହିପରି ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏପଟେ ୧୮ ବର୍ଷରୁ କମ ବର୍ଗ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।


ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରୁ୧୭୩,ଖୋର୍ଦ୍ଧାରୁ୯୭, ବଲାଙ୍ଗୀରରୁ ୩୯,ବରଗଡରୁ୨୭,ଭଦ୍ରକରୁ୪,ବାଲେଶ୍ୱରରୁ ୯,ବୌଦ୍ଧରୁ୪,କଟକରୁ୧୯,ଦେଓଗଡରୁ୪,ଗଜପତିରୁ୭,ଗଞାମରୁ୧୫,ଜଗତସିଂହପୁରରୁ୫,ଯାଜପୁରରୁ୧୪,ଝାରସୁଗୁଡାରୁ୬,କଳାହାଣ୍ଡିରୁ୩୦,କନ୍ଧମାଳରୁ୧୫,କେନ୍ଦ୍ରାପଡାରୁ୭,କେନ୍ଦୁଝରରୁ୨,କୋରାପୁଟରୁ୧୩,ମୟୁରଭଞରୁ୩୩,ନବରଙ୍ଗପୁରୁ୧୪,ନୟାଗଡରୁ୧୭,ନୂଆପଡାରୁ୮,ପୁରୀରୁ୩,ରାୟଗଡାରୁ୪,ସମ୍ବଲପୁରୁ୪୬,ସୋନପୁରରୁ୧୪,ଷ୍ଟେଟପୁଲରୁ ୨୧ ଓ ଢେଙ୍କାନାଳରୁ୧ ଜଣ ରହିଛନ୍ତିା


ରାଜ୍ୟରେ ବର୍ତ୍ତମାନ ୫୨୧୩ ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ,ମୋଟ ସଂକ୍ରମଣ ୧୩ଲକ୍ଷ ୨୦ହଜାର ୬୬୭ରେ ପହଞ୍ଚିଛି ।ସେହିଭଲି ବର୍ତ୍ତମାନ ସୁର୍ଦ୍ଧା ୧୩୦୬୨୪୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧୫୨ କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *