Pratidin TV

Odisha's Digital News Platform

ଜାତୀୟ ରାଜପଥ-୫୯ ରେ ଟ୍ରକ ଓ ବାଇକ ଦୁର୍ଘଟଣା ; ସ୍ତ୍ରୀ ମୃତ , ସ୍ୱାମୀ ଓ ଝିଅ ଗୁରୁତର ….

ଗଞ୍ଜାମ ; ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଜାତୀୟ ରାଜପଥ – ୫୯ କାଳଷଣ୍ଡପୁର ମୂଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ଓ ବାଇକ ଦୁର୍ଘଟଣାରେ ଜଣେ ମହିଳା ରୀତା କୁମାରୀ ମହାପାତ୍ର ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ପଦ୍ମଚରଣ ତ୍ରୀପାଠି ଓ ସାନ ଝିଅ ଚିତ୍ର ଲେଖା ତ୍ରିପାଠୀ ଗୁରୁତର ଥିଵା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶଵକୁ ଜବତ କରି ଆସିକା ସବଡିଭିଜନ ମେଡିକାଲ କୁ ଆଣିଛନ୍ତି ।

ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ରିତା କୁମାରୀ ମହାପାତ୍ର ଓ ତାଙ୍କ ସ୍ବାମୀ ପଦ୍ମଚରଣ ତ୍ରିପାଠୀ ଓ ସାନ ଝିଅ ଚିତ୍ର ଲେଖା ତ୍ରିପାଠୀ ବ୍ରହ୍ମପୁର ସ୍ଥିତ ଜ୍ଞାନ ବିକାଶ ରେସିଡେନ୍ସି ମହାବିଦ୍ୟାଳୟ କୁ ନିଜ ଝିଅକୁ ଦେଖିବାକୁ ଯାଇଥିଲେ । ସେଠାରୁ ସମସ୍ତ କାର୍ଯ୍ୟ ସାରି ଦୁଇ ଚକିଆ ଯାନରେ ଭଞ୍ଜନଗର ଘରକୁ ଫେରିବା ବେଳକୁ କାଳଷଣ୍ଡପୁର ଠାରେ ଏକ ଟ୍ରକ ସହିତଧକ୍କା ହୋଇଥିଲା ।

ଘଟଣା ସ୍ଥଳରେ ହିଁ ମହିଳା ରିତା କୁମାରୀ ମହାପାତ୍ରର ମୃତ୍ୟୁ ହୋଇଥିଲା । ଆସିକା ପୋଲିସ ମୃତ ମହିଳାର ଶବକୁ ଆସିକା ମେଡିକାଲ ଠାରେ ରଖିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *