Pratidin TV

Odisha's Digital News Platform

୧ ଲକ୍ଷ ଝାମ୍ପି ନେଇ ଚମ୍ପଟ୍ ମାରିଲେ ୨ ଲୁଟେରା

1 min read

ଭଦ୍ରକ : ବନ୍ତ ବଜାରରେ ଦୁଇ ଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗର ସ୍କୁଟିରେ ଆସି ଜଣେ ଔଷଧ ଟଙ୍କା ସଂଗ୍ରହକାରୀ ବ୍ୟକ୍ତିଙ୍କ ବାଇକରେ ଟଙ୍ଗାଯାଇଥିବା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ୍ ମାରିଛନ୍ତି। ଏହି ବ୍ୟାଗରେ ୧ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଚେକ ଥିବାର ବନ୍ତ ଥାନାରେ ସଂମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଭଣ୍ଡାରିପୋଖରି ଥାନା ବାଲିଗଢିଆ ଗ୍ରାମର ଧିରତ ଦାସ ଭଦ୍ରକ ନାରାୟଣ ଫାର୍ମରେ ଟଙ୍କା କଲେକସନର ଭାବେ କିଛି କାର୍ଯ୍ୟ କରନ୍ତି । ପ୍ରତି ସପ୍ତାହର ଶୁକ୍ରବାର ଦିନ ବିଭିନ୍ନ ଅଂଚଳର ଔଷଧ ଦେଇଥିବା ଦୋକାନୀଙ୍କ ଠାରୁ ଅର୍ଥକୁ ସଂଗ୍ରହ କରିଥାନ୍ତି। ଆଜି ସେ ସକାଳୁ ଭଦ୍ରକରୁ ନିଜର ବାଇକରେ ଆସି କେନ୍ଦୁଆପଦା, ଗଣିଜାଙ୍ଗ ପରେ ବନ୍ତର କେତେକ ମେଡିସିନ ଷ୍ଟୋରରୁ ଏକ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଚେକ କଲେକସନକରି ନିଜର ବ୍ୟାଗରେ ରଖିଲେ । ସେ ତାଙ୍କ ବାଇକ ପାଖକୁ ଯାଇ ହ୍ୟାଣ୍ଡେଲ ପାଖରେ କିଛି ଅପରିଷ୍କାର ଜିନିଷ ଲାଗିଥିବା ଦେଖି ତାହାକୁ ପରିଷ୍କାର କରିବାକୁ ପାଖ ଦୋକାନରୁ ପାଣି ଆଣି ତାହାକୁ ଧୋଇଥିଲେ ।

Advertisement

ଅନ୍ୟମନସ୍କ ଭାବେ ନିଜପାଖରେ ଥିବା ଟଙ୍କା ବ୍ୟାଗଟିକୁ ଗାଡ଼ି ହେଣ୍ଡେଲରେ ଟାଙ୍ଗୀ ପାଣି ବଟଲ ନେବାକୁ ଆସିଥିବା ବେଳେ ଆଖି ପିଛୁଳାକେ ଦୁଇଜଣ ଯୁବକ ଏକ ଲାଲ ରଙ୍ଗର ସ୍କୁଟିରେ ଆସି ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇ କେନ୍ଦୁଆପଦା ରାସ୍ତାରେ ଦୃତ ଗତିରେ ପଳାଇଥିଲେ । ତାଙ୍କୁ ଧରିବା ପାଇଁ ଉଦ୍ୟମ କରି କର୍ମଚାରୀ ଜଣକ ବିଫଳ ହୋଇ ବନ୍ତ ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏହାର ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *