Pratidin TV

Odisha's Digital News Platform

ହାଇଟେକ୍ ମେଡିକାଲ ବିସ୍ପୋରଣ ଘଟଣା; ଆଖି ବୁଜିଲେ ଆଉ ଜଣେ ଆହତ ….

ଭୁବନେଶ୍ୱର ; ରାଜଧାନୀ ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ଏନେଇ ହାଇଟେକ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୯ ତାରିଖ ସନ୍ଧ୍ୟାରେ ହସ୍ପିଟାଲ ଭିତରେ ହୋଇଥିଲା ବିସ୍ଫୋରଣ । ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର । ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ । ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇଦିନ ତଳେ ଖୋର୍ଦ୍ଧା ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମ୍ରିୟମାଣ ହୋଇ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *