Pratidin TV

Odisha's Digital News Platform

ଆଉ ଦେଖିବାକୁ ମିଳିବନି ଗୁଗୁଲ ଆପରେ Bharat Matrimony ଆପ…..ଜଣାନ୍ତୁ କ’ଣ ରହିଛି କାରଣ ?

1 min read

ବ୍ୟାନ ହେଲା ୧0 ଭାରତୀୟ ଆପ | ଗୁଗୁଲ ପ୍ଲେ ଷ୍ଟୋର କାଟିଲା ଏହି ଭରରତୀୟ ନାମିଦାମୀ ଆପ | ସର୍ଭିସ୍‌ ଫି ବିବାଦକୁ ନେଇ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌ ଗୁଡ଼ିକୁ ବାହାର କରିଦିଅ ଯାଇଛି | ଗତକାଲିଠାରୁ ଗୁଗୁଲ ପ୍ଲେ ଷ୍ଟୋରରେ ଅତି ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ସମେତ ଅନ୍ୟ କେତେକ ଆପ ବନ୍ଦ କରାଯାଇଛି |

ତେବେ ସୂଚନା ଅନୁସାରେ, ଭାରତୀୟ ବହୁ ପ୍ରତିଷ୍ଠିତ ୧0 ଆପ କମ୍ପାନୀ ଗୁଗୁଲ ପ୍ଲାଟଫର୍ମରୁ ଲାଭ ପାଇବା ସତ୍ୱେ ସର୍ଭିସିଂ ଫି ଦେଇନଥିଲେ | ତେଣୁ ସେଏହି ଆପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଗୁଗୁଲ ପକ୍ଷରୁ ସମସ୍ତ ବ୍ୟାନ ଆପ ଗୁଡିକର ନାଁ ପ୍ରକାଶ କରାଯାଇନାହିଁ | ହେଲେ ମାଟ୍ରିମୋନିଆଲ୍‌ ଆପ୍‌ ଯେମିତି Shaadi, Matrimony.com ଏବଂ Bharat Matrimony ଗୁଡ଼ିକୁ ପ୍ଲେ ଷ୍ଟୋର୍‌ରୁ ବ୍ୟାନ କରାହୋଇଯାଇଛି | ଏହାଛଡ଼ା ବାଲାଜୀ ଟେଲିଫିଲ୍ମସ୍‌ର ALTBalaji, ସଙ୍ଗୀତ ଆପ୍‌ Kuku FM, ଡେଟିଂ ଆପ୍‌ Quack Quack, ଚାକିରି ଆପ୍‌ Naukri.Com ଆଦି ପ୍ଲେ ଷ୍ଟୋର୍‌ରେ ଦେଖିବାକୁ ଆଉ ମିଳିବ ନାହିଁ।

ତେବେ ଏହା ବ୍ୟାନ ହେବାର କାରଣ ସର୍ଭିସିଂ ଫି କୁ ନେଇ ସୃଷ୍ଟି ହୋଇଛି | ଗୁଗୁଲ ସର୍ଭିସ ଫି ୧୧ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି କରିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା | ଏହି ବବିବାଦ ପରେ ଏହା ନିଷ୍ପତି ନେଇଛି ଗୁଗୁଲ |

Leave a Reply

Your email address will not be published. Required fields are marked *