୧୦ ଲକ୍ଷ ଚାକିରି ପ୍ରତିଶ୍ରୁତି ଦେଲେ ନରେନ୍ଦ୍ର ମୋଦୀ: ଜାଣନ୍ତୁ କେବେ ମିଳିବ ନିଯୁକ୍ତି
1 min readନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟର ସମସ୍ତ ମନ୍ତ୍ରୀ ମାନଙ୍କୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ମନ୍ତ୍ରୀ ମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ମିଶନ ମୋଡରେ ଆରମ୍ଭ ହେବ ନିଯୁକ୍ତି । ଆସନ୍ତା ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ସହିତ ବୈଠକ ପରେ ଏଭଳି ଘୋଷଣା କରିଛନ୍ତି ମୋଦୀ । ମାନବ ସମ୍ବଳ ମନ୍ତ୍ରଣାଳୟ ସହିତ ବିଭିନ୍ନ ସରକାରୀ ବିଭାଗର ବୈଠକ ପରେ ପିଏମ୍ଓ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏକ ସମୀକ୍ଷା ବୈଠକ ପରେ ମିଶନ୍ ମୋଡରେ ସରକାରୀ ବିଭାଗ ଗୁଡିକର ଖାଲି ପଦ ପୂରଣ କରିବା ପାଇଁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ପିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି ।