Pratidin TV

Odisha's Digital News Platform

ମଶାଣୀରୁ ଲିଭୁନି ନିଆଁ ; ଅଜଣା ରୋଗ ଗାଁରୁ ନେଲାଣି ୧୦ ମୁଣ୍ଡ …

1 min read

କେନ୍ଦୁଝର ; ଗାଁ ମଶାଣୀରୁ ଲିଭୂନି ଜୁଇ ନିଆଁ । ଅଜଣଅ ରୋଗ ଗାଁରେ ଖେଳାଇଛି ଆତଙ୍କ । ନେଲାଣି ୧୦ ରୁ ଉର୍ଦ୍ଦ ଜୀବନ । ହେଲେ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ ଖବର । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ ।

କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଗ୍ରାମ । ଏହି ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପରିବାର । ଵଣଜଙ୍ଗଲ/ଚାଷବାସ ଉପରେ ନିର୍ଭର କରି ଏମାନେ ବେଶ ଆରାମରେ ଜୀବନ ବିତାନ୍ତି । କିନ୍ତୁ ଗତ ଏକ ମାସ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ । ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ୧୧ ଜଣ ମୃତ୍ୟୁ ବରଣ କଲେଣି । ଅଶିକ୍ଷିତ ଏହି ଲୋକ ମାନେ ମୃତ୍ୟୁର କାରଣବି ଜାଣି ପାରୁନାହାନ୍ତି । ଏପରିକି ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବାବେଳେ ଏବେ ସେମାନଙ୍କ ଆଉ ୪ ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହକ ବିକଳ ହେଉଛନ୍ତି ।

Advertisement

ଏବେବି ଗ୍ରାମରେ ଆହୁରି ୧୦ ରୁ ୧୫ ଜଣ ଏପରି ରୋଗରେ ପୀଡିତ ଅଛନ୍ତି । ଏପରିକି ବହୁଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବା ବେଳେ , ଶରୀର ପରିକ୍ଷା ପରେ ଦେହ ଠିକ ଅଛି କହି ଡାକ୍ତର ସେମାନଙ୍କୁ ଫେରେଇ ଦେଇଥିବା ଗ୍ରାମବାସୀ ଓ ରୋଗୀ ଅଭିଯୋଗ କରିଛନ୍ତ । ପାଖରେ ପଇସା ନଥିବାରୁ ସେମାନେ ଅଧିକା ଚିକିତ୍ସା ପାଇଁ ବାହାରକୁ ଯାଇପାରୁ ନାହାନ୍ତି । ଫଳରେ ଭାଗ୍ୟ କୁ ଆଦରି ଡରି ଡରି ଗାଁ ରେ ପଡି ରହିଛନ୍ତି କେବେ ତାଙ୍କୁ ଯମ ଡାକରା ଆସିବ । ଏତେ ସବୁ ପରେ ମଧ୍ୟ ଏନେଇ ନା ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ କାହା ପାଖରେ ଖବର ନାହିଁ ।

Leave a Reply

Your email address will not be published. Required fields are marked *