Pratidin TV

Odisha's Digital News Platform

୧୦ ବର୍ଷ ବାଳକର ଚତ୍ମକାର ଉଦ୍ଭାବନ ; କୁକୁଡା ଚାଷୀଙ୍କ ପାଇଁ ସ୍ୱଳ୍ପ ମୂଲ୍ୟର Egg Incubator

କଶ୍ମୀର : ୧୦ ବର୍ଷ ବାଳକଙ୍କ କମାଲ । ଉଦ୍ଭାବନ କଲେ କମ୍ ମୂଲ୍ୟର ଏଗ ଇନକ୍ୟୁବେଟର (ଅଣ୍ଡା ଉଷୁମା ଯନ୍ତ୍ର)। ଯାହା କୁକୁଡ଼ା ବ୍ୟବସାୟରେ ଆଣିପାରେ ପରିବର୍ତନ । କୁଲଗାମର ୧୦ ବର୍ଷର ବାଳକ ମୋମିନ ଇଶାକ କିଛି ନୂଆ କଥା ଆଣିଛନ୍ତି ଯାହା ଭବିଷ୍ୟତରେ କୁକୁଡ଼ା ବ୍ୟବସାୟକୁ ଶସ୍ତା କରିପାରେ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ମୁନାଦ ଗୁଫାନ ଗାଁର ମୋମିନ ଦୁଇ ବର୍ଷର ଉଦ୍ୟମ ପରେ ସ୍ୱଳ୍ପ ମୂଲ୍ୟର ଏଗ ଇନକ୍ୟୁବେଟର ଡିଜାଇନ୍ କରିଛନ୍ତି ।

ସେ କରିଛନ୍ତି ଯେ, ମୋର ଉଦ୍ଭାବନ ସ୍ଥାନୀୟ କୁକୁଡ଼ା ବ୍ୟବସାୟ ତଥା କ୍ଷୁଦ୍ର ଚାଷୀଙ୍କୁ ଅଣ୍ଡା ଫୁଟାଇବା ପାଇଁ ଏକ ଉତମ ପରିବେଶ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି । ଏହା ସହ ସେ କହିଛନ୍ତି, ବଜାରରେ ରଙ୍ଗୀନ କୁକୁଡ଼ା ଦେଖିଥିଲେ ଯାହା ପରେ ସେ ଏକ ଇନକ୍ୟୁବେଟର ତିଆରି କରିବାର ଧାରଣା ପାଇଲେ । ସେ କହିଥିଲେ ଯେ ଘରେ ପୂର୍ବରୁ ଘରୋଇ କୁକୁଡ଼ା ଥିଲେ ମଧ୍ୟ ସେମାନେ ଅଣ୍ଡା ଦେଉନଥିଲେ । ତା’ପରେ ମୁଁ ଏକ ସ୍ୱଳ୍ପ ମୂଲ୍ୟର ଏଗ ଇନକ୍ୟୁବେଟର ବିକାଶ ଉପରେ କାମ କରିବା ଆରମ୍ଭ କଲି, ଯାହାକି ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଲା ।

ମୋମିନଙ୍କ ପିତା ମୋହଦ ଇଶାକ ତେଲି କହିଛନ୍ତି ଯେ ଏତେ କମ୍ ବୟସରେ ମଧ୍ୟ ତାଙ୍କ ପୁଅ ଅଳ୍ପ ମୂଲ୍ୟର ଅଣ୍ଡା ଇନକ୍ୟୁବେଟର ଡିଜାଇନ୍ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ମୁଁ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରେ । ତଥାପି, ମୁଁ ଏକ ଇନଭର୍ଟର ବ୍ୟାଟେରୀ କିଣିବା ପାଇଁ ସଂଚୟ କଲି, ଯାହା ମୋ ପୁଅର ସ୍ୱପ୍ନର ପ୍ରୋଜେକ୍ଟକୁ ଜୀବନ୍ତ ରଖିବାରେ ସାହାଯ୍ୟ କଲା । ମୁଁ ଖୁସି ଯେ ମୋ ପୁଅ ଯାହା କରିବାକୁ ସ୍ଥିର କଲା ତାହା କରିବାକୁ ସକ୍ଷମ ହୋଇଥିଲେ ।

ମୋମିନ ବର୍ତମାନ ମୁନାଦରେ ଥିବା ଏକ ସରକାରୀ ବିଦ୍ୟାଳୟର ଛାତ୍ର । ମୋମିନ୍ ଏକ ଏଗ ଇନକ୍ୟୁବେଟର ସୃଷ୍ଟି କରିଛି ଯାହା ଉଭୟ ସୁଲଭ ଏବଂ ଉନ୍ନତ ଅଟେ ।

Leave a Reply

Your email address will not be published. Required fields are marked *