Pratidin TV

Odisha's Digital News Platform

ଅନଲାଇନ୍ କେକ୍ ହେଲା କାଳ ; ଜନ୍ମଦିନରେ ନେଇଗଲା ୧୦ ବର୍ଷ ଝିଅର ଜୀବନ ।

1 min read

ସାବଧାନ କଣ ଆପଣାମାନେ ବି ଅନଲାଇନ୍ ରୁ କେକ୍ ଅର୍ଡର କରୁଛନ୍ତି କି? ଜନ୍ମଦିନରେ ଅନଲାଇନରୁ ଅର୍ଡର ହୋଇଥିବା କେକ୍ ଖାଇ ଜଣେ ୧୦ ବର୍ଷ ଝିଅ ମାନବୀର ମୃତ୍ୟୁ ହୋଇଛି ।

ଜନ୍ମଦିନରେ ଚାଲିଗଲ।। ୧୦ ବର୍ଷ ନିରୀହ ମାନବୀଙ୍କ ଜୀବନ । ଝିଅର ଜନ୍ମଦିନରେ ଘରେ ଭୋଜି ଭାତ ଖୁସିର ମାହୋଲ ଚାଲିଥିଲା ହେଲେ ହଠାତ୍ ଏପରି ଝଡ ଆସିଲା ଯାହା କିଛି ସମୟରେ ଜନ୍ମଦିନ ଖୁସିକୁ ଶୋକସଭାରେ ବଦଳାଇ ଦେଇଥିଲା । ଏଭଳି ଏକ ଘଟଣା ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଘଟିଛି। ୧୦ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ସମୟରେ ପଟିଆଲାର ଗୋଟିଏ ବେକରୀରୁ ପରିବାର ଲୋକ ଅନଲାଇନରେ କେକ ମଗାଇ ଥିଲେ। ଆଉ ସନ୍ଧ୍ୟ।। ୭ ଟା ସମୟକୁ ପରିବାର ସହ ଗେହ୍ଲା ଝିଅ ମାନବୀ କେକ୍ କାଟି ଖାଇଥିଲେ । କିନ୍ତୁ ରାତି ୧୦ଟା ବେଳକୁ ପରିବାରର ସବୁ ସଦସ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ମାନବୀ ଓ ତାଙ୍କ ସାନ ଭଉଣୀ ବାରମ୍ବାର ବାନ୍ତି କରି ଚାଲିଥିଲେ। ମାନବୀ ପ୍ରବଳ ପାଣି ପିଇବାକୁ ଲାଗିଥିଲେ ହେଁ ତାଙ୍କ ପାଟି ଶୁଖି ଯାଇଥିଲା । ଏହାପରେ ତାଙ୍କ ଅବସ୍ଥା ଅଧିକ ବିଗିଡିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ତାଙ୍କର ଇସିଜି କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ମାନବୀଙ୍କ ମୃତ୍ୟୁ ହୋଇ ଯାଇଥିଲା।

Advertisement

ଏନେଇ ପରିବାର ଲୋକେ ବେକରୀ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଯେ କି ସେହି କେକ୍‌ରେ କୌଣସି ବିଷାକ୍ତ ଜିନିଷ ଥିଲା ଯାହା ଦ୍ୱାରା ମାନବୀଙ୍କ ମୃତ୍ୟୁ ହୋଇଛି । ପୋଲିସ ସମୃକ୍ତ ମାମଲ।।ର ତଦନ୍ତ ଚଳାଇ ମାନବୀ ଓ ତାଙ୍କ ପରିବାର ଖାଇଥିବା କେକ୍ ଟେଷ୍ଟ ପାଇଁ ପଠାଇଛି । ଏହାର ରିପୋର୍ଟ ଆସିବା ପରେ ପୁଲିସ୍ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *