Pratidin TV

Odisha's Digital News Platform

କଟକ ସହରର ଉନ୍ନତି ମୂଳକ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଦୁଇ ନେତା …

1 min read

କଟକ : ଗତକାଲି ସିଏମସି ମେୟର ସୁବାଷ ଚନ୍ଦ୍ର ସିଂ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ୟ ଯୁଦ୍ଧ । ପ୍ରାୟ ଶହେ କୋଟି ଟଙ୍କାର ବ୍ୟୟ ଅଟକଳରେ କଟକ ସହରରେ ଆରମ୍ଭ ହେବାକୁ ଥିବା ଉନ୍ନତି ମୁଳକ ପ୍ରକଳ୍ପକୁ ଟେଣ୍ଡର ବଦଳରେ କର୍ପୋରୋସନ ଜରିଆରେ କରାଯାଉଥିବାରୁ ଏହାକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ଏହି ଦୁଇ ନେତା । ବିଶେଷ କରି ଏହି ପ୍ରକଳ୍ପଗୁଡ଼ିକର ଯଥାର୍ଥତା ବାବଦରେ ମୁଖ୍ୟ ଶାସନ ସଚିବଙ୍କୁ ମୋକିମ ଚିଠି ଲେଖିବା ପରେ ଉଭୟଙ୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି ।

ସମସ୍ତ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ଗୁଡ଼ିକ ଦ୍ବାରା କରାଯାଉଛି । ତେଣୁ ପ୍ରକଳ୍ପ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା କହିବା ସହ ଟେଣ୍ଡର ହୋଇଥିଲେ ବିଧାୟକଙ୍କ ଲୋକ କାମ ହାତେଇ ଥାନ୍ତେ ଏବଂ ଠିକାଦାରମାନେ ବିଧାୟକଙ୍କୁ ଲୁଚାଛପାରେ ଭେଟିଥାନ୍ତେ ବୋଲି ଅଭିଯୋଗ କରିଛନ୍ତି । ସେପଟେ ଏହାର ଜବାବ ରଖି ମହମ୍ମଦ ମୋକିମ କହିଛନ୍ତି ମନ୍ଦୀର ରେ କିଏ ନାଁ ମୁଁ କଦଳୀ ଖାଇନି । ଦୁର୍ନିତି କରିବା ପାଇଁ ହିଁ ଟେଣ୍ଡର ବଦଳରେ କର୍ପୋରସନଗୁଡ଼ିକ ଦ୍ବାରା କାମ କରାଉଛି । ଏବଂ ଏହି ଦୁର୍ନିତିରେ ମେୟରଙ୍କ ପିସି ବା କମିସନ ସାମିଲ ଥିବା ଅଭିଯୋଗ କରିଛନ୍ତି ମୋକିମ ।

Advertisement

ତେବେ ନିଜର ସଫେଇରେ ମେୟ ସୁବାଷ ସିଂ କହିଛନ୍ତି ଯେ କଟକ ସହରରେ ଏଭଳି କିଛି ଉନ୍ନତ କରାଯିବ । ଯାହାର ବିସୃତ ବର୍ଣ୍ଣାନା ଆମେ କରିଛୁ । କେଉଁଠି କେତେ ଟଙ୍କା ନିବେସ ହେବ । କେଉଁ ଅଧା ପଡିରହଗିଥିବା କାମକୁ ପୂରଣ କରାଯିବ ତାହା ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି । କଟକ ନୁଆ ରୂପରେ ହେବ ଏହା ୬ ମାସ ଅର୍ଥାତ୍ ଡିସେମ୍ବରରେ ସମ୍ପୂର୍ଣ୍ଣ ହେବ । ରାଜ୍ୟ ସରକାରଙ୍କ ଅନୁମୋଦନରେ ଅର୍ଦ୍ଧ ସରକାରୀ ସଂସ୍ଥା ଏହାକୁ ପୂର୍ଣ୍ଣ କରିବେ । ସ୍ମାର୍ଟ ବସଷ୍ଟାଣ୍ଡ , ସ୍ମାର୍ଟ ପାର୍କ , ସ୍ମାର୍ଟ ସୌଚାଳୟ , ସ୍ମାର୍ଟ ଲାଇବ୍ରେରୀ , କେନାଲ ନବୀକରଣ , ପୋଲିସ ହାଉସିଂ କର୍ପୋରେଶନ ଇତ୍ୟାଦି କରାଯିବ । ଜୁଡିସିଆଲ ଏକାଡେମୀରେ ୮ କୋଟିର ପାର୍କ ଆଉ ସବୁ କାର୍ଯ୍ୟ ପାଇଁ ଟଙ୍କାକୁ ବଣ୍ଟା ଯାଇଛି ବୋଲି କହିଛନ୍ତି ମେୟର । ଖୁବ୍ ଶୀଘ୍ର କଟକ ଏକ ନୂଆ ରୂପରେ ଥିବ ।

Leave a Reply

Your email address will not be published. Required fields are marked *