Pratidin TV

Odisha's Digital News Platform

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ , ୨ ଗୁରୁତର

1 min read

ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଜାରକା ରଥିଆ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି l ୧୦୮ ଆମ୍ବୁଲାନ୍ସ କଟକ ଶିଶୁ ଭବନରୁ ରୋଗୀକୁ ଛାଡି ଆନ୍ଦପୁର ଫେରୁଥିବା ବେଳେ, ଆଜି ଭୋର ସମୟରେ ରଥିଆ ଛକରେ ଛିଡା ହୋଇଥିବା ଏକ ଆଇଚର ଗାଡିକୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ହେଲ୍ପର ର ମୃତ୍ୟୁ ଘଟିଥିଲା l

ଡ୍ରାଇଭର ଓ ଫାର୍ମାସିଷ୍ଟ ଗୁରୁତର ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉ ଛନ୍ତି l ଘଟଣା ସ୍ଥଳରେ ଅଗ୍ନି ଶ୍ରମ ବାହିନୀ ପଂହଚି କଟର ରେ କାଟି ସେମାନଙ୍କୁ ଉଦ୍ଧାର କରିଥିଲା ।ତେବେ ଜାରକା ରଥିଆ ଛକ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ 16 ନମ୍ୱର ଜାତୀୟ ରାଜପଥରେ ଏଭଳି ଦୃଘଟଣl ବାରମ୍ବାର ଦେଖିବାକୁ ମିଳିଥିବାବେଳେ ,ବେଆଇନ ପାର୍କିଂ ଦୃଘଟଣl ର ପ୍ରମୁଖ କାରଣ କୁହାଯାଉଛି ।ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପଂହଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *