Pratidin TV

Odisha's Digital News Platform

ଦମନ ହିରୋ ପାଲଟିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର । ଖଟିଆରେ ବୋହିନେଲେ ରୋଗୀଙ୍କୁ …

1 min read

ରାୟଗଡା ; ଦୁର୍ଗମ ଅଞ୍ଚଳ ବିକାଶ କେବଳ ପ୍ରତିଶ୍ରୁତି ରେ ସୀମିତ। ସରକାରୀ ବାବୁ ଙ୍କ ପାଦପଡୁ ନ ଥିବା ଏହି ଗାଁ ରେ ଗ୍ରାମବାସୀ ଙ୍କ ଦୁର୍ଦ୍ଦଶା ନ ଆଖିରେ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଶିକ୍ଷା ସ୍ବାସ୍ଥ୍ୟ ପାନୀୟ ଜଳଯୋଗାଣ ରୁ ଆରମ୍ବ କରି ଗମନାଗମନ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଆଜି ଏହି ଏରେଗେଣ୍ଡା ଗ୍ରାମବାସୀ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚୟତ ଏରେଗେଣ୍ଡା ଗ୍ରାମରେ ଦେଖିବା କୁ ମିଳିଛି ଏହି ଭଳି ହୃଦୟ ବିଦାରକ ର ଦୃଶ୍ୟା ଉକ୍ତ ଗ୍ରାମର ପୁରେନ୍ଦ୍ର ପ୍ରସ୍କା, ବୟସ ପାଖାପାଖି ୬୦ କିଛିଦିନ ହେବ ଗୋଟିଏ ଗୋଡ଼ରେ କୌଣସି କାରଣ ରୁ ଆଘାତ ହୋଇ ପୂଜ ବାହାରି ଗୋଡ ଗୁରୁତର ହୋଇ ଯାଇଥିଲା । ତେବେ ସେ ଏପରି ଅବସ୍ଥାରେ କୁଆଡେ ଯାଇପାରୁନଥିବା ଅବସ୍ଥାରେ ଛଟ ପଟ ହୋଇ ଶଯ୍ୟା ରେ ଶୋଇ ପଡ଼ିଥିଲେ ।

Advertisement

ଆଜି ଅଧିକ ମାତ୍ରାରେ ସେ ଚିତ୍କାର କରିବାରୁ ପରିବାର ଗାଁ ଲୋକେ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରି ଥିବା ବେଳେ ଗାଁକୁ ରାସ୍ତା ଭଲନଥିବାରୁ ଆମ୍ବୁଲାନ୍ସ ଯାଇପାରିନ ଥିଲା ଏହା ପରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଝ,କ ବୋଖାରୀ ହାର ନ ମାନି ଗାଁ କୁ ଚାଲି ଚାଲି ଯାଇ ରୋଗୀ କୁ ଖଟିଆରେ ୨ କିମି ବୁହାହୋଇ ଆଣି ସ୍ଥାନୀୟ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଥିବା ଜଣା ପଡ଼ିଛି। ଯାହାକି ଅଞ୍ଚଳ ବାସୀ ମାନେ ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀ ଙ୍କୁ ଧନ୍ୟବାଦ ଦେଇଥିବା ଚର୍ଚ୍ଚା ବେଶ ଲୋକଙ୍କ ଭିତରେ ଆଲୋଚନାର ଜୋର ଧରିଛି।

Leave a Reply

Your email address will not be published. Required fields are marked *