Pratidin TV

Odisha's Digital News Platform

୩ ମାସରେ ଆମେରିକାରେ ୧୦ମ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

1 min read

ଦିନକୁ ଦିନ ବଢ଼ିବାରେ ଲାଗିଛି ଆମେରିକାରେ ଭାରତୀୟ ଛାତ୍ରମାନଙ୍କ ପ୍ରତି ବିପଦ | ଏବେ ଭାରତୀୟ ଛାତ୍ରଙ୍କୁ ସୁରକ୍ଷାକୁ ନେଇ ପ୍ରଶ ଉଠୁଛି | ଚିନ୍ତାରେ ପରିବାର ବର୍ଗ | ସେଥିମଧ୍ୟରେ ପୁଣି ଜଣେ ଭାରତୀୟ ଚଟତ୍ରଙ୍କର ଆମେରିକରେ ମୃତ୍ୟୁ ହୋଇଛି | ଯଦି କଳନା କରାଯାଏ ତେବେ ଏହି ଚଳିତ ବର୍ଷ ୩ ମାସ ମଧ୍ୟରେ ଏହା ହେଉଛି ୧0ମ ଘଟଣା |

ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଅନୁସାରେ, ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଉଛନ୍ତି ଉମା ସତ୍ୟ ସାଇ ଗାଡ୍ଡେ। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଭାରତୀୟ ଦୂତାବାସ ଭାରତରେ ଅବସ୍ଥାପିତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ X ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖିଛନ୍ତି, ‘ଏହି ମାମଲାରେ ପୋଲିସ ତଦନ୍ତ ଚାଲିଛି, @ ଇଣ୍ଡିଆନ୍ ନ୍ୟୁୟର୍କ ଭାରତରେ ପରିବାର ସହିତ ଯୋଗାଯୋଗରେ ଅଛି | ଉମା ଗାଡ୍ଡେଙ୍କ ମୃତଦେହକୁ ଯଡ଼ାଶୀଘ୍ର ଭାରତକୁ ନେବା ସହ ସମସ୍ତ ସାମ୍ଭାବ୍ୟ ସହାୟତ ଯୋଗାଇ ଦିଆଯାଉଛି |

କ୍ରମିଗତ ଭାବେ ଛାତ୍ରମାନେ ଆମେରିକାରେ ଭାରତୀୟ ଛାତ୍ରମାନେ ମୃତ୍ୟୁବରଣ କରୁଛନ୍ତି | ଏଭଳି ଘଟଣା ସସମନକୁ ଆସିବା ପରେ ଭାରତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଛି | କାରଣ ଲୋକମାନେ ଉନ୍ନତ ଶିକ୍ଷା ପାଇଁ ବିଦେଶ ଯାଇଥାନ୍ତି | ଏବଂ ସେଠାରେ ହିଁ ସୁରକ୍ଷିତ ନାହାନ୍ତି ଭାରତୀୟ |

Leave a Reply

Your email address will not be published. Required fields are marked *