Pratidin TV

Odisha's Digital News Platform

ପ୍ରକାଶ ପାଇଲା ମ୍ୟାଟ୍ରିକ ଫଳ : ୧୧ରୁ ୨୫ ଯାଏ ରିଚେକିଂ ଆବେଦନ

1 min read

ଭୁବନେଶ୍ୱର: ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଲା ମ୍ୟାଟ୍ରିକ ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍‌ତ୍ରୀ ସମୀର ଦାସ ଦ୍ୱାରା ପ୍ରକାଶ ପାଇଲା ଫଳ । ଏଥର ମାଟ୍ରିକ ପାସ୍ ହାର ୯୦.୫୫% । ତେବେ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨୬ ହଜାର ୮୧୮ ପିଲା ।ସେଥି ମଧ୍ୟରୁ ପାସ୍ କଲେ ୫ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ । ୮ହଜାର ୬୯୯ ପିଲା ଫେଲ ହୋଇଛନ୍ତି ।

ଛାତ୍ର ପାସ୍ ହାର ୨ ଲକ୍ଷ ୫୬ ହଜାର ୮୭୭ ଥିବା ବେଳେ , ଛାତ୍ରୀ ହାର ୨ ଲକ୍ଷ ୬୦ ହଜାର ୯୭୦ ଅଛି । ଇ୧ରେ ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ , ଇ୨ ରେ ୫୪ ହଜାର ୮୮୯ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ୩ ଟି ସ୍କୁଲରେ କୋଣସି ପିଲା ପାସ୍ କରିନାହାନ୍ତି । ମାଲକାନାଗିରିରୁ ୨ଟି ଓ ଅନୁଗୁଳୁରୁ ୧ ଟି ସ୍କୁଲ ର ଫଳଫଲ ଶୂନ ବାହାରିଛି । ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୧ ରୁ ୨୫ ପଯ୍ୟାନ୍ତ ରି-ଚେକିଂଙ୍ଗ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

Advertisement

Leave a Reply

Your email address will not be published. Required fields are marked *