Pratidin TV

Odisha's Digital News Platform

ମାଟ୍ରିକ୍ ପରୀକ୍ଷାରେ ଅଘଟଣ , ପରୀକ୍ଷା ଦିନ ସକାଳୁ ଝୁଲି ପଡିଲେ ଛାତ୍ର

1 min read

ବଲାଙ୍ଗୀର ; ପରୀକ୍ଷା ଦିନ ବେକରେ ଗାମୁଛା ଲଗାଇ ଜୀବନ ହାରିଦେଲେ ମାଟ୍ରିକ ଛାତ୍ର । ଆଜି ଏଭଳି ଏକ ଅଘଟଣ ବଲାଙ୍ଗୀର ବିଶ୍ବାତ୍ମା ବିଦ୍ୟାମନ୍ଦିର ସ୍କୁଲ ହଷ୍ଟେଲ ରେ ଘଟିଛି । ଘଟଣା ସ୍ଥଳରେ ଛାତ୍ରଙ୍କୁ ଉଦ୍ଧାର କରି ସଦର ଥାନା ପୋଲିସ ର ତଦନ୍ତ ଆରମ୍ଭ।

ମିଳିଥିବା ସୂଚନା ଅନୁଯାୟୀ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ବିଶ୍ବାତ୍ମା ବିଦ୍ୟା ମନ୍ଦିର ଘରୋଇ ସ୍କୁଲର ଛାତ୍ର ବିନାୟକ ପ୍ରଧାନ । ତେବେ ବିନାୟକ ସଦର ଥାନା ଅନ୍ତର୍ଗତ ତଲିଉଡାର ଗାଁ ର ରାତ୍ର ପ୍ରଧାନ ଙ୍କ ପୁଅ ବୋଲି ପରିଚୟ ମିଳିଛି। ତେବେ ଗତକାଲି ରାତି ୧୨ ଟା ପର୍ଯ୍ୟନ୍ତ ସେ ସାଙ୍ଗ ମାନଙ୍କ ସହ ପାଠ ପଢିଥିବା ବେଳେ ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ତେବେ ଆଜି ସକାଳୁ ହଷ୍ଟେଲର ବାଥରୁମ ରୁ ଝୁଲୁଥିବା ଦେଖିବାକୁ ପାଇଥିଲେ। ଗୋଟିଏ ଗାମୁଛା ରେ ସେ ବେକରେ ଫାଶୀ ଲଗାଇ ଝୁଲିପଡିଥିବା ଦେଖି ଅନ୍ୟ ଛାତ୍ରମାନେ ହଷ୍ଟେଲ କତ୍ତୃପକ୍ଷ ଙ୍କୁ ଖବର ଦେବା ପରେ କାଳେ ବଞ୍ଚିଥିବେ ଭାବି ତାଙ୍କୁ ଭୀମଭୋଇ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ଖାନାରେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisement

ତେବେ ଏହା ଆତ୍ମହତ୍ୟା ନୁହେ ହତ୍ୟା କରାଯାଇଥିବା ସନ୍ଦେହ କରି ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା। ପୁଅର ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁନାହାନ୍ତି ପରିବାର । ପୁଅକୁ କେହି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

Leave a Reply

Your email address will not be published. Required fields are marked *