Pratidin TV

Odisha's Digital News Platform

ୟୁକ୍ରେନ ଉପରେ ଋଷର ମିସାଇଲ୍ ମାଡ ; ୧୧ ମୃତ ୩୫ ବିଲ୍ଡି ନଷ୍ଟ , ଆମେରିକା ଓ ଜର୍ମାନୀ ନେଲା ଏଭଳି ପଦକ୍ଷେପ ..

1 min read

ନୂଆଦିଲ୍ଲୀ : ୟୁକ୍ରେନ୍ରେ ରୁଷୀୟ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯେଉଁଥିରେ ପ୍ରାୟ ୧୧ ଜଣଙ୍କର ମୃତ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ଏହାଛଡ଼ା, ୟୁକ୍ରେନର ଅନେକ ଅଞ୍ଚଳରେ ବିଜୁଳି ବିଭ୍ରାଟ ମଧ୍ୟ ଘଟିଛି। ଏନେଇ ନ୍ୟୁଜ୍ ଏଜେନ୍ସି ଏଏଫପି ସୂଚନା ଦେଇଛି ।

Advertisement

ୟୁକ୍ରେନକୁ ଆମେରିକା ,ଜର୍ମାନୀ ଏବଂ ଅନ୍ୟା ଦେଶୁଗୁଡିକରୁ ସହାୟତା ମିଳୁଥିବାରୁ ଋଷ୍ ରାଗରେ ଥିଲା । ଏନେଇ ଋଷ୍ ଗୁରୁବାର ଦିନ ୟୁକ୍ରେନ ଉପରେ ମିସାଇଲ ଦ୍ୱାରା ଆକ୍ରମଣ କରିଥିଲା ଫଳରେ ଘଟଣା ସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୧୧ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଏଫସି ନିଜ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରିଛି ଯେ ଆମେରିକା ,ଜର୍ମାନୀ,କନାଡା ଓ ଅନ୍ୟାନ ଦେଶଗୁଡିକ ୟୁକ୍ରେନକୁ ସାହାର୍ଯ୍ୟ କରୁଥିବାରୁ ଋଷ୍ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର ଚଳାଇଛି ।

ତେବେ କିଭ୍‌କୁ ଆମେରିକା ଓ ଜର୍ମାନୀ ଟେଙ୍କ୍ ଦେବାର ପ୍ରତିଶୃତି ପରେ ୟୁକ୍ରେନ ଉପରେ ଏଭଳି ଆକ୍ରମଣ ହୋଇଛି । ୟୁକ୍ରେନୀୟ ସେନାକୁ ୪ଟି ଲେପର୍ଡ ଟ୍ୟାଙ୍କ୍ ଯୋଗାଇ ଦେବ ବୋଲି ମଧ୍ୟ କାନଡା ନିର୍ଭର ପ୍ରତିଶ୍ରୁତି ଦେଇଛି।ରୁଷ୍ ନିକ୍ଷେପ କରିଥିବା ୫୫ଟି କ୍ଷେପଣାସ୍ତ୍ରରୁ ୟୁକ୍ରେନୀୟ ବାୟୁସେନା ୪୭ଟିକୁ ଗୁଳି ମାରି ଖସାଇ ଦେଇଥିଲା ।

ତେବେ ୟୁକ୍ରେନ ଦୀର୍ଘଦିନରୁ ଚାହୁଁଥିଲା କି ତାକୁ ଅତ୍ୟାଧୁନିକ ଟ୍ୟାଙ୍କ୍ ମିଳୁ । ଯାହାଦ୍ୱାରା କି ସେ ଋଷ୍ ସେନାକୁ ମୁହଁଭଙ୍ଗା ଜବାବ୍ ଦେବା ସହ ନିଜ ସହରଗୁଡିକୁ ପୁନର୍ବାର ନିଜ ଅଧିନକୁ ଆଣିପାରୁ । ଏଭଳି ପରିସ୍ଥିତିରେ ଆମେରିକା ୟୁକ୍ରେନର ମନକଥା ବୁଝି ତାକୁ 31AM1 ଅବରାମ ଯୁଦ୍ଧ ଟ୍ୟାଙ୍କ୍ ଦେବାର ନିଷ୍ପତ୍ତି ନେଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ବୁଧବାର ଦିନ ଘୋଷଣା କରିଥିଲେ । ସେହିଭଳି ଜର୍ମାନୀ ମଧ୍ୟ ନିଜର ୧୪ ଟି ଲେପର୍ଡ 2A6 ଟ୍ୟାଙ୍କ୍ ପଠାଇଛି । ୟୁଜ୍ରେନ ଏଥିପାଇଁ ଆଗୁଆ ଟ୍ୟାଙ୍କ୍ ମାଗୁଛି । କାରଣ ଋଷ୍ ଆରମ୍ଭରୁ ହିଁ ଏଭଳି ଷ୍‌ଡଯନ୍ତ୍ରକାରୀ ଆକ୍ରମଣ କରୁଛି ।

Leave a Reply

Your email address will not be published. Required fields are marked *