Pratidin TV

Odisha's Digital News Platform

ପ୍ରତିକ୍ଷାର ଘଟିଲା ଅନ୍ତ; ରତ୍ନଭଣ୍ତାର ଭିତରକୁ ଯିବେ ୧୧ ଜଣ ସଦସ୍ୟ, ଜାଣନ୍ତୁ କିଏ…..

1 min read

ସରିଲା ରତ୍ନଭଣ୍ଡାର ତଦାରଖ କମିଟି ବୈଠକ । ବୈଠକ ପରେ ସବିଶେଷ ସୂଚନା ଦେଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନଥ ରଥ । କହିଲେ, ଭଣ୍ଡାର ଭିତରକୁ ଯିବେ ୧୧ ସଦସ୍ୟ । ୧୨ରେ ଶ୍ରୀମନ୍ଦିର ପ୍ରବେଶ ଓ ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ ଆରମ୍ଭ । ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ତେବେ ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯିବେ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ବୈଠକ ପରେ ତଦାରଖ କମିଟି ଅଧ୍ୟକ୍ଷ ରଥ କହିଛନ୍ତି, ଅପରାହ୍ନ ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି । ଏହା ପୂର୍ବରୁ ଦିନ ୧୨ଟାରେ କମିଟି ସଦସ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ମୋଟ ୧୧ ଜଣ ସଦସ୍ୟ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ । ଜଷ୍ଟିସ ରଥଙ୍କ ସମେତ ଡକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ଅନ୍ୟ କମିଟିର ୯ ଜଣ ସଦସ୍ୟ ଭଣ୍ଡାର ଭିତରକୁ ପ୍ରବେଶ କରିବେ । ଏହି ୯ ସଦସ୍ୟ ବାହାର ଭଣ୍ଡାରକୁ କେବଳ ପ୍ରବେଶ କରିପାରିବେ । ଜଷ୍ଟିସ ରଥ ଏବଂ ଡକ୍ତର ମହାନ୍ତି କେବଳ ଭିତର ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ।

ତେବେ ଏହି ରତ୍ନଭଣ୍ଡାର ଭିତରକୁ ଯାଉଥିବା ୧୧ ଜଣ ସଦସ୍ୟ ହେଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ ଭିତରକୁ ଯିବେ। ଏହାଛଡ଼ା ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଯିବେ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ |

Leave a Reply

Your email address will not be published. Required fields are marked *