Pratidin TV

Odisha's Digital News Platform

ଛତିଶଗଡ ଭୟଙ୍କର ଦୁର୍ଘଟଣା ; ଗୋଟିଏ ଜୁଇରେ ଜଳିଲା ପରିବାରର ୧୧ ଚିତା ….

ଛତିଶଗଡର କାୱାର୍ଡ଼ାରେ ଘଟିଥିବା ଏକ ଭୟଙ୍କର ସଡକ ଦୁର୍ଘଟଣାରେ ପ୍ରାୟ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟ ହୋଇଛି । ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ ।

ଆଜି ୧୯ ଜଣ ମୃତକଙ୍କ ରୀତିନୀତି ଅନୁସାରେ ଶେଷକାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଏହି ଦୃଶ୍ୟ ହୃଦୟ ବିଦାରକ ଥିଲା ଜ୍ଝ ୧୭ ଜଣଙ୍କର ଶେଷ ରୀତି ଏକାସାଙ୍ଗରେ କରାଯାଇଥିଲା । ଅବଶିଷ୍ଟ ଦୁଇ ମହିଳାଙ୍କ ଶେଷ ରୀତିନୀତି ସେମାନଙ୍କ ଶାଶୁ ଘରେ କରାଯାଇଥିଲା। ଯେତେବେଳେ ୧୭ ଜଣଙ୍କର ଶେଷ ରୀତିନୀତି କରାଯାଇଥିଲା, ଡେପୁଟି ସିଏମ୍ ବିଜୟ ଶର୍ମା ମଧ୍ୟ ଭାବପ୍ରବଣ ହୋଇଥିଲେ।

ଅନ୍ୟପଟେ ସମାନ ଗୋଟିଏ ପରିବାରର ୧୧ ଜଣଙ୍କୁ ଗୋଟିଏ ଜୁଇରେ ଜଳାଯାଇଥିଲା । ଏଠାରେ ଥିବା ପରମ୍ପରା ଅନୁଯାୟୀ, ଯଦି ପରିବାରରେ ଏକରୁ ଅଧିକ ମୃତ୍ୟୁ ହୁଏ, ତେବେ ସେମାନଙ୍କର ଶେଷ ରୀତି ଗୋଟିଏ ଜୁଇରେ କରାଯାଏ । ତେବେ ଏହି ସମୟର ଦୃଶ୍ୟ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା । କାରଣ ଗୋଟିଏ ପରିବାରର ପୁରା ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା ଏହି ଭୟଙ୍କର ଦୁର୍ଘଟଣାରେ ।

ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବା ପରେ ଏହି ପିକ୍ଅପ୍ ଭ୍ୟାନ୍ରେ ଫେରୁଥିଲେ। ରାତି ପ୍ରାୟ ୨ ଟାରେ ସମସ୍ତେ ଗାଁକୁ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକ୍ଅପ୍ ଭ୍ୟାନ୍ଟି ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା।ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣଙ୍କ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଏନେଇ ସମୃକ୍ତ ଛତିଶଗରେ ଏକ ଭୟର ମାହଲ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *