Pratidin TV

Odisha's Digital News Platform

ଓଡ଼ିଶା ସୀମାରେ ପଶିଲେ ୧୧ ସନ୍ଦିଗ୍ଧ ବାଂଲାଦେଶୀ ! ସନ୍ଦେହରେ ଅଟକ ରଖିଲା ପୋଲିସ …

ବାଂଲାଦେଶ ହିଂସାକୁ ନେଇ ଏବେ ଓଡ଼ିଶାରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଏହାରିମଧ୍ୟରେ ଓଡିଶା ସୀମାନ୍ତ ଙ୍କୁ ପଶିଆସିଛନ୍ତି ବାଂଲାଦେଶି । ବାଂଲାଦେଶୀଙ୍କ ସନ୍ଦେହରେ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ ।

ପାରାଦୀପ ଦେଇ ୧୧ଜଣ ସନ୍ଦିଗ୍ଧ ବାଂଲାଦେଶୀ ପଶି ଆସିଥିବା ସନ୍ଦେହ କରୁଛି ପାରାଦୀପ ପୋଲିସ । ପାରାଦୀପ ଆଦର୍ଶ ଥାନା ପୋଲିସ ସେମାନଙ୍କୁ ବାଂଲାଦେଶୀ ଅନୁପ୍ରେବଶକାରୀ ସନ୍ଦେହରେ ଅଟକ ରଖିଛି। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରୁଛି ପୋଲିସ । ଆଜି ସକାଳେ ଏହି ୧୧ ଜଣ କୋଲକତାରୁ ଆସି ଥିଲେ । ବାଂଲାଦେଶୀ ହୋଇଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *