Pratidin TV

Odisha's Digital News Platform

ଚାହୁଁ ଚାହୁଁ ବିତିଗଲାଣି ୧୧ଦିନ, ସରିଗଲାଣି ଏକାଦଶାହ କିନ୍ତୁ କାହା ଆଖିରୁ ଶୁଖୁନି ଲୁହ..

1 min read

ଢେଙ୍କାନାଳ : ଚାହୁଁ ଚାହଁ ୟା ଭିତରେ ବିତିଗଲାଣି ୧୧ ଦିନ । ହେଲେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କ ଆଖିରୁ ଶୁଣୁନି ଲୁହ । କାହିଁକି ନାଁ ଗାଁର ସୁନା ପୁଅ ଆଉ ତାଙ୍କ ପାଖରେ ନାହିଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସହିଦ ଓଡିଆ ଯବାନ ସରୋଜ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଜ ପୈତୃକ ଗ୍ରାମରେ ଯଥା ରୀତି ନୀତି ଅନୁସାରେ ସମସ୍ତ କାର୍ଯ୍ୟ ଶେଷ କରାଯାଇଛିି । ଗତ ଅକ୍ଟୋବର ୧୦ରେ ସକ୍ରିିମର ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ଏହି ଓଡିଆ ପୁଅ । ପ୍ରଥମେ ନିଖୋଜ ଥିବା ବେଳେ ପରେ ମିଳିଥିଲା ଯବାନଙ୍କ ମୃତ ଦେହ । ସେନାର ଏକ ଟିମ ବହୁ ଖୋଜାଖୋଜି କରିବା ପରେ ସରୋଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।ଏହାପରେ ସହିଦ ସରୋଜ ଦାସଙ୍କୁ ତାଙ୍କର ଗ୍ରାମ କେନ୍ଦୁଢିପ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଗ୍ରାମରେ ବହୁ ବିଶିଷ୍ଟ ବ୍ୟକ୍ତି,ରାଜନେତା,ପ୍ରଶାସନିକ ଅଧିକାରି,ସାଙ୍ଗସାଥୀ ସମସ୍ତେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଯବାନଙ୍କୁ ଜଣାଇଥିଲେ । ତେବେ ଆଜି ସନ୍ଧ୍ୟାରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତରେ କେନ୍ଦୁଢିପରେ ସରୋଜଙ୍କ ସ୍ମୃତି ଚାରଣ କରିବାର କାର୍ଯ୍ୟକ୍ରମ ରହିଛି ।

Advertisement

Leave a Reply

Your email address will not be published. Required fields are marked *