ଚାଷୀମାନେ ସାବଧାନ ! ଚାଷଜମିରେ ଲୁଚିଥାଇ ପାରେ ଏପରି ବିଷାକ୍ତ ସାପ ..
1 min readନୂଆଦିଲ୍ଲୀ : ନିକଟରେ ଏକ ଏମିତି ଘଟଣା ଘଟିଛି ଯାହା ଆପଣଙ୍କୁ ଚମକାଇ ଦେବ । ଆଜ୍ଞା ହଁ କଣ ଆପଣମାନେ କେବେ ଏମିତି ଘଟଣା ଶୁଣିଛନ୍ତି କି ! ସାଧାରଣତ ଜଙ୍ଗଲିଆ ଅଞ୍ଚଳ କିମ୍ବା ଘର ଭିତରୁ କିମ୍ବା ଗାତରେ ଆମେ ସାପ ଦେଖିବାକୁ ପାଇଥାଉ । କେବେ ଆପଣମାନେ ଯେତ ଜମିରେ ସାପ ଦେଖିଛନ୍ତି କି ? ତେବେ ନିକଟରେ ଏକ ୧୨ ଫୁଟୁିଆ ଅହିରାଜ କ୍ଷେତରୁ ଉଦ୍ଧାର ହୋଇଛି । ଯାହାକୁ ଦେଖି ଭୟଭୀତ ହୋଇଯାଇଥିଲେ ଚାଷୀ ।
ସାପ ଭୟଙ୍କର ହୋଇଥାଏ । ସାପ ଦେଖିଲେ ଲୋକ ସେଠାରୁ ପଳାୟନ କରନ୍ତି । କିଛି ଲୋକ, ସାପ ଯେତେ ଭୟଙ୍କର ହେଉନା କାହିଁକି, ସେମାନେ ଏହାକୁ ମୋଡ଼ି କାବୁ କରିବା ଜାଣନ୍ତି । କିଛି ସାପ ଧରାଳିମାନେ ସାପ ଧରି ଜଙ୍ଗଲରେ ନିରାପଦରେ ଛାଡି ଦିଅନ୍ତି । ତଥାପି, ଏହିପରି ସାପମାନଙ୍କ ମଧ୍ୟରେ ଅହିରାଜ ସବୁଠାରୁ ବିପଜ୍ଜନକ । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଏବଂ ବିଶାଖା ଜିଲ୍ଲାରେ ଅହିରାଜ ବାରମ୍ବାର ଦେଖାଯାଏ ଏବଂ ସ୍ଥାନୀୟ ଲୋକଙ୍କୁ ବିବ୍ରତ କରିଥାଏ ।
ନିକଟରେ ଆନ୍ଧ୍ରପ୍ରଦେଶ ଅନାକାପଲ୍ଲୀ ଜିଲ୍ଲାର ଚେଡିକଡା ମଣ୍ଡଳର କୋନାମ ଗ୍ରାମରେ ଏକ ଅହିରାଜ ଦେଖିବାକୁ ମିଳିଥିଲା । ୧୨ ଫୁଟର ସାପକୁ ସ୍ଥାନୀୟ ଲୋକ ସହ ଚାଷୀ ଦେଖିଥିଲେ । କ୍ଷେତରେ କାମ କରୁôଥବା ସମୟରେ ଲୋକ ଏହି ବିଶାଳ ଅଜଗରକୁ ଦେଖିଥିଲେ । ସକାଳେ କାମ କରୁଥିବା କୃଷକମାନେ ସେହି ବିଶାଳ ଅହିରାଜ ସାପକୁ ଦେଖି ଭୟଭୀତ ହୋଇଥିଲେ । ସଙ୍ଗେ ସାଙ୍ଗେ ହେଲ୍ପଲାଇନକୁ ସୂଚନା ଦେଇଥିଲେ ।ଏହାର କିଛି ସମୟ ମଧ୍ୟରେ ହିଁ ସାପଧରାଳିମାନେ ସେଠାରେ ଆସି ପହଞ୍ଚିଥିଲେ । ଏବଂ ଅନେକ ସମୟ ଧରି ସାପକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ସାପଟିକୁ ଧରି ତାକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା । ବାରମ୍ବାର ସେହି ଅଂଚଳରେ ଚାଷ ଜମିରୁ ବିଷାକ୍ତ ସାପ ବୁଲୁଥିବାରୁ ଚାଷୀମାନ ଭୟଭୀତ ଅଛନ୍ତି । ଯାହା ଉକ୍ତ ଅଞ୍ଚଳବାସୀଙ୍କ ପାଇଁ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି ।
ତେବେ ସାପ ଧରାଳିମାନଙ୍କର କହିବା ମୁତାବକ ବର୍ତ୍ତମାନ ଲୋକମାନେ ଗଛ କାଟି ଜଙ୍ଗଲ ସଫା କରିଦେବା ଫଳରେ ଏମିତି ଘଟଣା ବାରମ୍ଭାର ସାମ୍ନାକୁ ଆସୁଛି ।