Pratidin TV

Odisha's Digital News Platform

ଏନଏସି ଦାବିରେ କୁଜଙ୍ଗରେ ହୋଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

1 min read

କୁଜଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା | କୁଜଙ୍ଗ ଅଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ ପାଇଁ ଡକାଯାଇଛି ଡାକରା | ଏନଏସି ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ରେ ସାମିଲ ହୋଇଛନ୍ତି କୁଜଙ୍ଗ ଅଞ୍ଚଳବାସୀ l ପୂର୍ବରୁ 5T ଅଧ୍ୟକ୍ଷଙ୍କ ଗସ୍ତ ସମୟରେ କୁଜଙ୍ଗକୁ ଏନଏସି ଘୋଷଣା ପାଈଁ ଦାବିପତ୍ର ଦେବା ସହିତ କିଛିଦିନ ପୂର୍ବରୁ କୁଜଙ୍ଗ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ l ରାଜ୍ୟ ସରକାରଙ୍କ ତରଫରୁ ୩୫ ଗୋଟି ଏନଏସି ଘୋଷଣା କରାଯାଇଥିବା ବେଳେ କୁଜଙ୍ଗ ଅଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି l ଶିଳ୍ପସମୃଦ୍ଧ ବନ୍ଦରନଗରୀ ପାରାଦ୍ୱୀପ ଉପକଣ୍ଠରେ ଅବସ୍ଥିତ କୁଜଙ୍ଗ ବାଣିଜ୍ୟ ର ପେଣ୍ଠସ୍ଥଳୀ ଭାବରେ ପରିଚୟ ହାସଲ କରିଛି କିନ୍ତୁ ରାଜନୈତିକ ଅଭିସନ୍ଧି ହେଉ କିମ୍ବା ଆକ୍ରୋଶ ମୂଳକ ଭାବରେ କୁଜଙ୍ଗ କୁ ଏନଏସି ମାନ୍ୟତାରୁ ବଞ୍ଚିତ କରାଯାଇଛି l ଯାହାକୁ ବିଭିନ୍ନ ସଂଗଠନ ତରଫରୁ ବିରୋଧ କରାଯିଵା ସହ ଆଜି ଠାରୁ ୧୨ ଘଣ୍ଟିଆ କୁଜଙ୍ଗ ବନ୍ଦ ଡାକରାରେ ସମସ୍ତ ବ୍ୟବସାୟୀ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *