Pratidin TV

Odisha's Digital News Platform

ମହାମହିମଙ୍କୁ ଅସମ୍ମାନ ଘଟଣା ; ୧୨ ଘଣ୍ଟିଆ ବନ୍ଦ ପାଳିଲା ମୟୁରଭଞ୍ଜ ..

ଉଦଳା : ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉଦଳା ଠାରେ ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୁରଭଞ୍ଜ ଗସ୍ତ ସମୟରେ ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଅଭିଭାଷଣ ଦେବା ସମୟରେ ବିଦ୍ୟୁତ କାଟକୁ ନେଇ ଆଜି ଏହି ଆନ୍ଦୋଳନ କରାଯାଇଛି ।

ଏହି ବନ୍ଦରେ ଉଦଳାରେ ଦୋକାନ ବଜାର ବନ୍ଦ ରହିବା ସହିତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଜେପିର କର୍ମୀ ଏବଂ ନାଗରିକ ମଞ୍ଚ ସଦସ୍ୟମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିବ ମୟୁରଭଞ୍ଜ ସହର ।

ସେହିପରି କପ୍ତିପଦା ଉପଖଣ୍ଡ ଉଦଳାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ କୋର୍ଟ, କଚେରୀ, ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *