Pratidin TV

Odisha's Digital News Platform

ଛକ୍କା ଚୌକା ପରେ ୧୨ ଲକ୍ଷ ଫାଇନ ଗଣିବେ ଋଷଭ ପନ୍ତ

1 min read

ନୂଆଦିଲ୍ଲୀ: ୧୫ ମାସ ପୂର୍ବେ ଜୀବନ-ମୃତ୍ୟୁ ଯୁଦ୍ଧରେ ସଂଗ୍ରାମ କରୁଥିବା ଋଷଭ ପନ୍ତ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ ପାଇଁ ଗତି ସ୍ଥିର କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମ୍ୟାଚ୍ ଜିତି ଇନିଂସ ଖେଳି ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସେ ଜାତୀୟ ଦଳ ପାଇଁ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଫ୍ୟାନ୍ସଙ୍କ କରିଦେଇଛି ଚକିତ | ତେବେ ଗତକାଲି ଆଇପିଏଲ୍‌ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଜିତି ଖାତା ଖୋଲିଛି ଦିଲ୍ଲୀ କ୍ୟାପିଟାଲ୍ସ।

ପୁଣି ଠାରେ ଦମଦାର ଆକ୍ସନ ମୋଡ଼ରେ ଫେରିଛନ୍ତି ଋଷଭ ପନ୍ତ | ଗତକାଲି IPL ରେ CSK ସହ ଥିଲା DCର ମ୍ୟାଚ | ଧୋନୀର ଏଣ୍ଟ୍ରି ହେବା ସତ୍ତ୍ୱେ ମ୍ୟାଚ ହାରିଯାଇଥିଲା CSK | ଚେନ୍ନାଇକୁ ହରାଇ ଆଇପିଏଲ୍‌ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ। କ୍ୟାପଟେନ ଋଷଭ ପନ୍ତଙ୍କ ଅର୍ଦ୍ଧଶତକବଳରେ ଟିମ ବଡ଼ ସ୍କୋର କରିଥିଲା | କିନ୍ତୁ କୁହାଯାଏ ସବୁ ଖୁସି ବେଶୀ ଦିନ ପାଇଁ ନୁହେଁ | ଅର୍ଦ୍ଧଶତକ କରିବା ପରେ ଗଣିବେ ୧୨ ଲକ୍ଷ ଫାଇନ | ମନ୍ଥର ଗତିରେ ବୋଲିଂକରିବା ପାଇଁ ଏବେ ଋଷଭ ଜୋରିମାନା ଭରିବେ ୧୨ ଲକ୍ଷ |

Advertisement

ଆକ୍ସନ ମୋଡରେ ଆସି ମୈଦାନରେ ଛକ୍କା ଚୌକାର ବର୍ଷ କରିଥିଲେ ଋଷଭ | ବର୍ତ୍ତମାନ ମ୍ୟାଚ ଜିତିବା ପରେ ମଧ୍ୟ ଦିଲ୍ଲୀକୁ ଜୋରିମାନା ପଡିଛି | ସ୍ଲୋ ଓଭର ରେତ ପାଇଁ ଦଦୀଲ୍ଲିକୁ ୧୨ ଲକ୍ଷ ଟଙ୍କା ଫାଇନ ଦେବାକୁ ପଡିବ | ଆଇପିଏଲ୍‌ର କୋଡ୍‌ ଅଫ୍‌ କଣ୍ତକ୍ଟ ଉଲଙ୍ଘନ ଆଧାରରେ ପ୍ରଥମେ ଗିଲ୍‌ ଆଉ ଏବେ ପନ୍ତ ଗଣିବେ ଫାଇନ୍‌। ତେବେ ଋଷଭ ପନ୍ତଙ୍କ କଲି ରାତି ମ୍ୟାଚ ବିଷୟରେ ଦେଖିବାକୁ ଗଲେ ଡେଭିଡ୍‌ ୱାର୍ଣ୍ଣର ଆଉଟ୍‌ ହେବା ପରେ ପନ୍ତ କ୍ରିଜ୍‌କୁ ଆସିଥିଲେ। ନିଜ ପୁରୁଣା ଅନ୍ଦାଜରେ ବ୍ୟଙ୍କ କରିଥିଲେ ଋଷଭ | ୩୨ ବଲରେ ୪ ଚୌକା ଓ ୩ ଛକ୍କା ମାରି ସମୁଦାୟ ୫୧ ରନ କରିଥିଲେ |

Leave a Reply

Your email address will not be published. Required fields are marked *