Pratidin TV

Odisha's Digital News Platform

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା

ଭୁବନେଶ୍ୱର : ସୋମବାର ବିଧାନସଭାର ମୌସୁମୀ ଅଧିବେଶନ ଗୃହରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ , ଆଗକୁ ରାଜ୍ୟରେ ପ୍ରାୟ ୧୨ ଟି ଇସ୍ପାତ କାରଖାନା ପ୍ରତିଷ୍ଠା ହେବ । ତେବେ ଏଯାଏ ରାଜ୍ୟରେ ସର୍ବମୋଟ ୫୧ଟି ଇସ୍ପାତ କାରଖାନା ରହିଛି ।

ତେବେ ଆଗକୁ ପ୍ରତିଷ୍ଠା ହେବାକୁ ଥିବା ୧୨ ଟି ଇସ୍ପାତ କାରଖାନା ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୩ଟି ଓ ଯାଜପୁରେ ୨ଟି ।
ସେହିପରିକେନ୍ଦ୍ରାପଡା,ଜଗତସିଂହପୁର,ଝାରସୁଗୁଡା,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ଓ ଅନୁଗୁଳରେ ଗୋଟିଏ ଲେଖାଏଁ କାରଖାନା ପ୍ରତିଷ୍ଠା ହେବ ।

Leave a Reply

Your email address will not be published. Required fields are marked *