Pratidin TV

Odisha's Digital News Platform

ରକ୍ତ ଜୁଡୁବୁଡୁ ଦେହରେ ନେହୁରା ହୋଇ ସାହାର୍ଯ୍ୟ ମାଗିଲା ଝିଅ, ହେଲେ ଶୁଣିଲେନି କେହି…

1 min read


ମଧ୍ୟପ୍ରଦେଶ: ସୀମା ଟପିଲା ଅମାନୁଷିକତା,ଆଉ ହଜିଗଲା ମାନବିକତା । ୧୨ ବର୍ଷର ନାବାଳିକା ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଲି ବୁଲି ମାଗୁଥିଲା ସାହାର୍ଯ୍ୟ । ହେଲେ ତାର ଅବସ୍ଥା ଦେଖି ଡରିକି କେହି ପାଖ ପଶୁନଥିଲେ । କାରଣ ପିଲାଟି ଦେହରେ ଏକ ଛୋଟିଆ ପୋଷାକ ଖଣ୍ଡେ ରହିଥିଲା । ଯେଉଁଥିରେ ସେ ନିଜ ଶରୀର ଘୋଡାଇବାକୁ ଚାହୁଁଥିଲା । ଆଉ ପାଖରେ ଯାହାକୁ ଦେଖୁଥିଲା ତାକୁ ସାହାର୍ଯ୍ୟ ପାଇଁ ନେହୁରା ହେଉଥିଲା । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କୁ ହୁଏତ ବିଚଳିତ କରିପାରେ । ତେବେ ୧୨ ବର୍ଷର ନାବାଳିକାର ଏପରି ଅବସ୍ଥା କିପରି ହେଲା ତାହା ଜାଣି ହୁଏତ ଆଶ୍ଚର୍ଯ୍ୟ ହେବେ । ହଁ ଆଜ୍ଞା ମଧ୍ୟପ୍ରଦେଶ ଉଜୈନରେ ଘଟିଛି ଏପରି ଅମାନବୀୟ କାଣ୍ଡ । ରକ୍ତ ଜୁଡୁବୁଡୁ ଅର୍ଦ୍ଧନଗ୍ନ ଅବସ୍ଥାରେ ୧୦-୧୨ କିଲୋମିଟର ଯିବା ପରେ ତାଙ୍କୁ ଆଶ୍ରମର ଜଣେ ଆଚାର୍ଯ୍ୟ ଆସି ଗାମୁଛା ଦେଇ ପୋଲିସକୁ ଖବର ଦେଇଥିଲେ ।


ଖବର ଅନୁସାରେ ମଧ୍ୟପ୍ରଦେଶ ଉଜୈନରେ ଜଣେ ୧୨ ବର୍ଷର ନାବାଳିକାଟି ଦୁଷ୍କର୍ମର ଶିକାର ହୋଇ ରକ୍ତ ଭିଜା ଦେହରେ ଅନେକ ସମୟ ଧରି ବୁଲି ବୁଲି ସାହାର୍ଯ୍ୟ ମାଗୁଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଭିଡିଓରେ ଦେଖିିବାକୁ ମିଳିଥିଲା କି ତାର ଦେହରେ ଏକ ଛୋଟ ପୋଷାକ ରହିଥିଲା ଆଉ ସେହି ପୋଷାକରେ ଝିଅଟି ତାର ଶରୀର ଘୋଡାଇବାକୁ ଚାହୁଁଥିଲା । ଯାହା ଭାଇରାଲ ହୋଇଥିଲା । ପରେ ଆଶ୍ରମର ଜଣେ ଆଚାର୍ଯ୍ୟ ଆସି ଗାମୁଛା ଦେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା । ତେବେ ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ସେ ଗଣ ଦୁଷ୍କର୍ମରେ ଶିକାର ହୋଇଥିବା ନେଇ ଡାକ୍ତରଖାନାରେ ସ୍ପଷ୍ଟ କରାଯାଇଥିଲା । ପରେ ତାଙ୍କୁ ଇନ୍ଦୋର ରେଫର କରାଯାଇଥିଲା । ତେବେ ପୋଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପୋଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *