Pratidin TV

Odisha's Digital News Platform

ରଣଜୀ ଟ୍ରଫିରେ ସର୍ବକନଷ୍ଠ କ୍ରିକେଟର ବୈଭବ ; ତେନ୍ଦୁଲକର , ଯୁବରାଜଙ୍କୁ ପକାଇଲେ ପଛରେ ……

ନୂଆଦିଲ୍ଲୀ ; ୧୨ ବର୍ଷରେ ରଣଜୀ ଟ୍ରଫିରେ ପଦାପର୍ଣ । ବୈଭବ ସୂର୍ଯ୍ୟବଂଶୀ ଚତୁର୍ଥ ସର୍ବ କନିଷ୍ଠ ଭାରତୀୟ ଭାବେ ରଣଜୀ ଟ୍ରଫିରେ ପର୍ଦାପଣ କରିଛନ୍ତି । ଭାରତର ସବୁଠୁ ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫି ଶୁକ୍ରବାରଠୁ ଆରମ୍ଭ ହୋଇଥିଲା ବେଳେ ବୈଭବ ମୁମ୍ବାଇ ବିପକ୍ଷରେ ପର୍ଦାପଣ ମ୍ୟାଚ୍ ଖେଳୁଛନ୍ତି । ତେବେ ଏହି ମ୍ୟାଚ୍ ପାଟଣାର ମୋଇନ୍ ଉଲ୍ ହକ୍ ଷ୍ଟାଡିୟମରେ ଖେଳାଯାଉଛି ।

ଏହି ବାମହାତୀ କନିଷ୍ଠ କ୍ରିକେଟର ନିଜର ଜଲୱା ଦେଖାଇ ପର୍ଦାପଣକାରୀଙ୍କ ମଧ୍ୟରେ ସଚିନ୍ ତେନ୍ଦୁଲକର ଓ ଯୁବରାଜଙ୍କୁ ପଛରେ ପକାଇଛନ୍ତି । କାରଣ ସଚିନ୍ ତେନ୍ଦୁଲକର ବମ୍ବେ ପାଇଁ ୧୫ ବର୍ଷରେ ପ୍ରଥମ ଶ୍ରେଣୀରେ ପଡିଆକୁ ଓହ୍ଲାଇଥିବା ବେଳେ ଯୁବରାଜ୍ ମଧ୍ୟ ୧୫ ବର୍ଷ ରେ ରଣଜୀ ପାଇଁ ଖେଳିଥିଲେ । ଏହାପରେ ଅଲିମୁଦ୍ଦିନ ସର୍ବ କନିଷ୍ଠ ଖେଳାଳି ଭାବେ ରେକର୍ଡ ବଜାୟ ରଖିଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ରେକର୍ଡ ଭାଙ୍ଗିଛନ୍ତି ବୈଭବ ସୂର୍ଯ୍ୟବଂଶୀ ।

Leave a Reply

Your email address will not be published. Required fields are marked *