Pratidin TV

Odisha's Digital News Platform

(ଭିଡିଓ)୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନି ପୁଅ,ବାଟରେ ଫଲୋ କରୁଥିଲା ବୋଲେରୋ…

ନୟାଗଡ୍ : ୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ । ପୁଅର ଫେରିବା ବାଟକୁ ଚାହିଁ ବସିଥିବା ମା ଶେଷରେ ହୋଇ ପଡିଛି ଧର୍ଯ୍ୟହରା । ମୋ ଧନ କୁଆଡେ ଗଲା ? କେତେବେଳେ ଆସିବ ? କାହିଁକି ଲୁଚିଛୁ ଧନ ବୋଲି କହି ମୁଣ୍ଡ ପିଟି କାନ୍ଦୁଛି ବାୟାଣି ମାଁ । ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହିରେ। ସେପଟେ ମାଁକୁ ଧର୍ଯ୍ୟହରା ଦେଖି ବାପାଟା ମଧ୍ୟ ଆଉ କେତେ ସମ୍ଭାଳିବ । ଗୋଟିଏ ବୋଲି ପୁଅ ସେପୁଣି ମାତ୍ର ୧୨ ବର୍ଷର । ନିଖୋଜ ଶିଶୁ ଜଣଙ୍କ ହେଲେ ଅମ୍ରିତ ପାତ୍ର । ସପ୍ତମ ଶ୍ରେଣୀର ଛାତ୍ର ।

ପ୍ରତ୍ୟକ ଦିନ ଭଳି ଅମ୍ରିତ ଗୁରୁବାର ଦିନ ମଧ୍ୟ ୫ ଟା ସମୟରେ ଟ୍ୟୁସନ ହେବା ପାଇଁ ଗାଂ ପାଖକୁୁ ଯାଇଥିଲେ । ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ଅମ୍ରିତଙ୍କ ଟ୍ୟୁସନ ଛୁଟି ହୋଇଥିଲା। ସେ ସାଇକେଲ ନେଇ ଘରକୁ ବାହାରିଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ଏପଟେ ଟ୍ୟୁସନ ଛୁଟିହେବା ସମୟ ଗଡିଯିବାରୁ ଅମ୍ରିିତଙ୍କ ମା ବ୍ୟସ୍ତ ହୋଇ ବାପାଙ୍କୁ ଜଣାଇଥିଲେ । ଏହାପରେ ଦୁହେଁ ମିଶି ପୁଅଖୁ ଖୋଜାଖୋଜି କରିବାକୁ ବାହରିପଡିଥିଲେ । ହେଲେ ଅନେକ ଖୋଜା ଖୋଜି କରିମଧ୍ୟ ପୁଅକୁ ପାଇନଥିଲେ । ପରେ ପୁଅର ସାଇକେଲ ଘରଠୁ ପ୍ରାୟ ୫୦ ମିଟର ଦୂରରେ ମିଳିଥିଲା । ଏନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୩,୪ ଦିନ ପୂର୍ବରୁ ଏକ ବୋଲେର ଅମ୍ରିତ ଆସିବା ବାଟରେ ତାକୁ ଜଗିରହୁଥିଲା । ଗ୍ରାମବାସୀଙ୍କ କହିବା ମୁତାବକ ବୋଲେରୋଟି ପ୍ରତି ଦିନ ଅମ୍ରିତଙ୍କୁ ହିଁ ଜଗୁଥିଲା । ଏବଂ ଗୁରୁବାର ମୌକା ଦେଖି ତାକୁ ଉଠାଇନେଇଥିଲା । ତେବେ କିଏ ଏବଂ କାହିଁକି ଏମ୍ରିତଙ୍କୁ ଅପହରଣ କରିଛି ତାହ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅମ୍ରିତଙ୍କ ବପାଙ୍କର ମଧ୍ୟ କାହା ସହ ପୂର୍ବ ଶତ୍ରୁତା ନଥିବା କହିଥିଲେ । ତେବେ ଅମ୍ରିତଙ୍କ ଅପହରଣ ପଛରେ କାହାର ହାତ ? ତାହା ବର୍ତ୍ତମାନ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ପୋଲିସ ପାଇଁ ।

Leave a Reply

Your email address will not be published. Required fields are marked *