Pratidin TV

Odisha's Digital News Platform

ରାଜନୀତି ପାଇଁ ଚତୁର୍ଥ ଶ୍ରେଣୀ ପିଲାକୁ ବିଷ ଦେଇ ହତ୍ୟା ଉଦ୍ୟମ …

ବଲାଙ୍ଗୀର ; ରାଜନୀତିରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ଆକ୍ରୋଶର ଶୀକାର ବନିଲା ଚତୁର୍ଥ ଶ୍ରେଣୀରେ ପାଟ ପଢୁଥିବା ଛୋଟ ଛୁଆ। ନିର୍ବାଚନର ତିନିବର୍ଷ ପରେ ମଧ୍ୟ ଥମିନଥିଲା ରାଗ । ୧୨ ବର୍ଷର ପିଲାକୁ ବିଷ ଦେଇ ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚାଲିଛି ଚିକିତ୍ସା।

ଘଟଣାଟି ଏମିତି କି ଗତ ନିର୍ବାଚନରେ ତରଭା ଥାନା ସରଗଜ ପଞ୍ଚାୟତରେ ଗାମା ମିଶ୍ର ଓ ଅଜିତ ମିଶ୍ର ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢୁଥିଲେ। ଶିଲାଟିମୁଣ୍ଡାର ଲମ୍ବୋଦର ବାଗ ଗାମା ମିଶ୍ରକୁ ସମର୍ଥନ କରିଥିଲେ। ନିର୍ବାଚନର ୩ ବର୍ଷ ପରେ ଅଜିତ ମିଶ୍ରର ସମର୍ଥକ ସୁଦାମ ସାହୁର ପୁଅ ଅଜିତ ସାହୁ ଦିଲବାର ପୁଡିଆରେ ବିଷ ଦେଇ ଲମ୍ବୋଦର ବାଗଙ୍କ ୧୨ ବର୍ଷିୟ ପୁଅକୁ ହତ୍ୟା ପାଇଁ ଉଦ୍ୟମ କରିଥିଲା । ପୁଅଖୁ ମୋଟା ହେବ କହି ପୁଡିଆରେ ବିଷ ଦେଇଦେଇଥିଲେ । କିନ୍ତୁ ପରବତ୍ତ୍ରୀ ସମୟରେ ଘଟଣାଟି ଜଣାପଡିବାରୁ ପରିବାର ଲୋକେ ତୁରନ୍ତ ତାକୁ ଚିକିତ୍ସାଳୟକୁ ନେଇ ଚିକିତ୍ସା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *