Pratidin TV

Odisha's Digital News Platform

ଶପଥ ନେଲେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ର ମନ୍ତ୍ରୀ: ସାମିଲ ଅଛନ୍ତି ୫ ମହିଳା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି । ପ୍ରଥମେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ପ୍ରଦାନ ପରେ ଆଜି ଲୋକସେବା ଭବନରେ ହୋଇଛି ଶପଥ ଗ୍ରହଣ ଉତ୍ସବ । ୧୩ ଜଣ କ୍ୟାବିନେଟ୍ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର କ୍ସଳକ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆକ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଅନ୍ୟ ପକ୍ଷରେ ରାଷ୍ଟ୍ରମନ୍ତ୍ରୀ ଭାବରେ ୮ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।ଏହି ମନ୍ତ୍ରୀମଣ୍ଡଳରେ ୫ ଜଣ ମହିଳା ସାମିଲ ଅଛନ୍ତି । ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଟୁକୁନି ସାହୁଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ରୀତା ସାହୁ ଓ ବାସନ୍ତି ହେମ୍ବ୍ରମଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ଶପଥ ଗ୍ରହଣ ପରେ ବୁଧବାର ବିଭାଗ ବଣ୍ଟନ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *