Pratidin TV

Odisha's Digital News Platform

ବାଂଲାଦେଶରେ ୧୩୫ ଭାରତୀୟ ଗିରଫ: ଜାଣନ୍ତୁ କଣ ରହିଛି କାରଣ

1 min read

ନୂଆଦିଲ୍ଲୀ: ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ  ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବାଂଲାଦେଶ ।  ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ  ବାଂଲାଦେଶ ପକ୍ଷରୁ ୨ ଥର ଚଢାଉ କରାଯାଇ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଥିଲା ।ବାଂଲାଦେଶ ପକ୍ଷରୁ ୨ଟି ନୌବାହନୀ ଜାହାଜ ବନାଉଜା ପ୍ରତି ଏବଂ ଅଲି ହାଇଦର ପାଟ୍ରୋଲିଂରେ ନିୟୋଜିତ ରହିଥିଲେ । ପ୍ରଥମ ପର୍ୟ୍ୟାୟର ୬୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ପରେ ଦ୍ବିତୀୟଥର ଚଢାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀ ସହ ୪ଟି ଟ୍ରଲରକୁ ଜବତ କରାଯାଇଛି ।” ତେବେ ଜବତ କରାଯାଇଥିବା ମାଛ ଓ ଅନ୍ୟ ସାମଗ୍ରୀର ମୂଲ୍ୟ ପାଖାପାଖି ୩.୮୦ କୋଟି ଟଙ୍କା ହେବାନେଇ ଆକଳନ କରାଯାଇଛି ।

 ନୌସେନା ପକ୍ଷରୁ ଅଟକ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କକୁ ହସ୍ତାନ୍ତର କରାଯାଇଛି । ବାଂଲାଦେଶ ସମୁଦ୍ରରେ ବେଆଇନ ମାଛ ଧରିବା ନେଇ ମଧ୍ୟ ମାମଲା ରୁଜୁ କରି ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

Advertisement

ଇଣ୍ଟକ ସର୍ଭିସରର ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଦିନ ଭାରତୀୟ ମତ୍ସ୍ୟଜୀବୀ ମାନଙ୍କୁ ଗିରଫ କରାଯାଇ ମୋଙ୍ଗଲା ଥାନାରେ ରଖାଯାଇଛି । ଏହାପରେ ମେ ୨୦ରୁ ଜୁଲାଇ ୨୩ ପର୍ୟ୍ୟନ୍ତ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ ଲଗାଯାଇଛି । ତେବେ ଗିରଫ ହୋଇଥିବା ମତ୍ସଜୀବୀ ମାନଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଇ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *