Pratidin TV

Odisha's Digital News Platform

କେବିସିରେ ଇତିହାସ ରଚିଲେ ମୟଙ୍କ,ଜୁନିୟର ପ୍ରତିଯୋଗୀ ଭାବେ ଜିତିଲେ ୧କୋଟି..

କୁନି ବୟସରେ କମାଲ କରି ଦେଖାଇଛନ୍ତି ହରିୟାଣର ମୟଙ୍କ ଲାଲ । ୧କୋଟି ଟଙ୍କା ଜିତି ଚର୍ଚ୍ଚାକୁ ଆସିଛନ୍ତି ମୟଙ୍କ । ଯିଏ ଶୁଣୁଛି ମୟଙ୍କଙ୍କ ପ୍ରଶଂସା ନକରି ରହି ପାରୁନି । କାରଣ ବୟସ କମ ହୋଇଥିଲେ ବି ନିଜ ବାପା ମା’ଙ୍କ ସହ ପୁରା ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ତେବେ ୧୨ ବର୍ଷିୟ ଜୁନିଅର ପ୍ରତିଯୋଗୀ ମୟଙ୍କ ଲୋକପ୍ରିୟ କୁଇଜ୍ ସୋ କୌନ ବନେଗା କରୋଡ଼ପତି ସୋ’ରେ ଏକ କୋଟି ଟଙ୍କା ଜିତି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସବୁଠାରୁ କୁନି ପ୍ରତିଯୋଗୀ ଭାବେ ଏକ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି । ସୋ’ର ନିର୍ମାତାମାନେ ଚ୍ୟାନେଲର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରୋମୋ ସେୟାର କରିଛନ୍ତି ଯେଉଁଥିରେ ମୟଙ୍କ ହୋଷ୍ଟ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ପୁରସ୍କାର ରାଶି ବ୍ୟତୀତ ମୟଙ୍କ ଏକ ନୂଆ କାର ମଧ୍ୟ ଜିତିଛନ୍ତି । ହରିୟାଣାର ମହେନ୍ଦ୍ରଗଡର ଅଷ୍ଟମ ଶ୍ରେଣୀର ଛାତ୍ର ହେଉଛନ୍ତି ମୟଙ୍କ ଲାଲ ।

ସେ କେବିସି ଜୁନିୟରରେ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ କେବିସିର ହଟସିର୍ଟରେ ବସିଥିଲେ । ଗୋଟେ ଗୋଟେ କରି ସବୁ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲେ । ୧ କୋଟି ଟଙ୍କା ପ୍ରଶ୍ନର ଉତ୍ତର ସଫଳତାର ସହ ଦେବା ପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜକୁ ବହୁତ ଭାଗ୍ୟଶାଳୀ ବୋଲି କହିଛନ୍ତି । ବିଗ୍ ବି ଅମିତାଭଙ୍କ ସାମ୍ନାରେ ଗେମ୍ ଖେଳିବାର ସୁଯୋଗ ପାଇଥିବାରୁ ସେ ବହୁତ ଖୁସିଥିବା ପ୍ରକାଶ କରିଛନ୍ତି ।

ଏତେ କମ ବୟସ ହୋଇଥିଲେ ମଧ୍ୟ ଏକ କୋଟି ଟଙ୍କାର ରାଶି ଜିତିବା ନିହାତି ଭାବେ ତାଙ୍କ ପରିବାର ପାଇଁ ଗର୍ବର ମୂହୁର୍ତ୍ତ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଛାତ୍ର ବାପା ମା’ଙ୍କ ସମର୍ଥନ ପାଇଥିବାରୁ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି । ମୟଙ୍କ ୭ କୋଟି ଟଙ୍କାର ଶେଷ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଶ୍ନର ଉତ୍ତର ନଦେଇ ମୟଙ୍କ ସୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଘରକୁ ୧ କୋଟି ଟଙ୍କା ଏବଂ ହୁଣ୍ଡାଇ ୨୦ କାର ଧରି ଆସିଥିଲେ ।

Leave a Reply

Your email address will not be published. Required fields are marked *