Pratidin TV

Odisha's Digital News Platform

ଗୁଡି ଉଡାଇବା ନିଶା ନେଇଗଲା ଜୀବନ ; ଟ୍ରେନରେ କଟି ଆଖିବୁଜିଲେ ୧୪ ବର୍ଷୀୟ ସୂର୍ଯ୍ୟକାନ୍ତ…..

ଭୁବନେଶ୍ୱର ; ଗୁଡି ଉଡାଇବା ନିଶା ନେଇଗଲା ନାବାଳକ ଜୀବନ । ଗୁଡ଼ି ଉଡଉଥିବା ବେଳେ ଟ୍ରେନରେ ଧକ୍କା ହୋଇ ଚାଲିଗଲା ନବମ ଶ୍ରେଣୀ ଛାତ୍ର ସୂର୍ଯ୍ୟକାନ୍ତଙ୍କ ଜୀବନ । ସୂଚନ ଅନୁଯାୟୀ ଗତକାଲି ସହୀଦ୍ ନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ର ଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର ଅପରାହ୍ଣ ସମୟରେ ସାଙ୍ଗମାନଙ୍କ ସହ ଗୁଡି ଉଡାଇବାକୁ ଯାଇଥିଲେ । ଗୁଡ଼ିର ସୂତା କଟି ଯିବାରୁ ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱକୁ ଗୁଡି ଆଣିବା ପାଇଁ ଯାଉଥିବା ବେଳେ ହଠାତ୍ ଦ୍ରୁତଗତିରେ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ସୂର୍ଯ୍ୟକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ଗୋଟେ ଗୋଡ ମଧ୍ୟ କଟିଯାଇଥିଲା । ଏହି ଦୁର୍ଘଟଣାରେ ସୂର୍ଯ୍ୟକାନ୍ତ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ଘଟାସ୍ଥଳରେ ଶକ୍ସକ୍ଟ୍ର ପୋଲିସ ପହଚି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ମୃତଦେହ ପଠେଇଚି ।

Leave a Reply

Your email address will not be published. Required fields are marked *