Pratidin TV

Odisha's Digital News Platform

ଗ୍ରୀଲ ଭାଙ୍ଗି ଲୁଟିନେଲେ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାରୁପା ଅଳଙ୍କାର ..

ଆନନ୍ଦପୁର ଉପଖଣ୍ଡରେ ବର୍ତ୍ତମାନ ଚୋର ମାନଙ୍କର ଆତଙ୍କ ବଢିବା ସହିତ ଦିନିକୁ ଦିନ ଚୋରୀ ମଧ୍ୟ ବଢିବାରେ ଲାଗିଛି । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଛେନାପଦି ଛକରେ ଥିବା ନରହରି ସାଙ୍କ ଘରେ।

ଗତକାଲି ବିଳମ୍ବିତ ରାତିରେ  ପରିବାର ଲୋକେ ଗରମ ହେଉଥିବା କାରଣରୁ ଛାତ ଉପରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ତଳ ଘରର ଝରକା ଗ୍ରୀଲ ଭାଙ୍ଗି ଗଡରେଜରେ ଥିବା ପାଞ୍ଚଟି ସୁନା ମୁଦି, ଗୋଟିଏ ନେକଲେସ, ଗୋଟିଏ ମଙ୍ଗଳସୁତ୍ର ଓ ୧୦ଭରିରୁ ଉର୍ଦ୍ଧ୍ବ ରୁପା ଗହଣା ଓ ନଗଦ ଅଢେଇ ଲକ୍ଷ ଟଙ୍କା  ଚୋରି କରି ନେଇଛନ୍ତି।  ଆଜି ସକାଳ୬ଟା ବେଳେ ପରିବାର ଲୋକେ ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *