Pratidin TV

Odisha's Digital News Platform

୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌

1 min read

ସମ୍ବଲପୁର : ଜନସେବାକେନ୍ଦ୍ର ଭିତରେ ଚାଲିଥିଲା ନକଲି ନୋଟ ପ୍ରସ୍ତୁତ । ସୂଚନା ମୁତାବକ ସମ୍ବଲପୁର ନିଉ ଅଧପଡା ଗାଁ ରେ ହେଇଥିଲା ନକଲି ନୋଟ୍ ପ୍ରସ୍ତୁତ। ହାଇଟେକ ଠକ ଙ୍କ ପର୍ଦାଫସ କରିଛି ସ୍ପେସାଲ ଟାସ୍କ ଫୋର୍ସ। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୋଦାର ପ୍ରସାଦ ସାହୁ ଓ ଜନ୍ମଜୟ ବାଗ। ଯୁଜୁମରା ଅଂଚଳରେ ଜନ୍ମଜୟ ଏକ ଜନସେବାକେନ୍ଦ୍ର କରିଥିଲେ। ସେଠାରେ ସେ ଲାପଟପରେ ସଫ୍ଟୱେର ବ୍ୟବହାର କରି ନକଲି ୫୦୦ ଓ ୨୦୦ ଟଙ୍କିଆ ନୋଟ ଛାପୁଥିଲେ। ସମ୍ବଲପୁର ରେ ଏହି ଟିମ ସକ୍ରିୟ ଥିବା ବେଳେ ରାଜ୍ୟରେ ଆଉ କେଉଁଠି ଏହି ନେଟୱାର୍କ କାମ କରୁଛି ସେନେଇ ଖୋଲତାଡ଼ କରୁଛି ସ୍ପେସାଲ ଟାସ୍କ ଫୋର୍ସ । ଏତିକି ନୁହେଁ ବାହାର ରାଜ୍ୟର କିଛି ଲିଙ୍କ ରହିଛି କି ନାହିଁ ସେନେଇ ମଧ୍ୟ ଅନୁସନ୍ଧାନ ଚାଲିଥିବା ସ୍ପେସାଲ ଟାସ୍କ ଫୋର୍ସ ଡିଏସ୍‌ପି ସଚ୍ଚିଦାନନ୍ଦ ରଥ ସୂଚନା ଦେଇଛନ୍ତି।

Advertisement


ପୂର୍ବରୁ ବରପାଲି ଅଂଚଳରେ ନକଲି ୧୪ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଯୁଜୁମରା ଅଂଚଳରେ ୧୫ ଲକ୍ଷ ଟଙ୍କା ଜବତ ଘଟଣା ଏବେ ସମ୍ବଲପୁର ରେ ନକଲି ନୋଟ ସକ୍ରିୟ ଥିବା ଜଣାପଡୁଛି। ଖାସ ସେଥିପାଇଁ ଘଟଣାକୁ ନେଇ ଜୋରଦାର ତଦନ୍ତ କରାଯାଉଛି। ଆବଶ୍ୟକ ପଡ଼ିଲେ ଘଟଣା କୁ ନେଇ ନେସ୍‌ନାଲ ଇନ୍‌ଭେଷ୍ଟିଗେସନ ର ସହଯୋଗ ଲୋଡ଼ାଯିବ ବୋଲି ସ୍ପେସାଲ ଟାସ୍କ ଫୋର୍ସ ସୂଚନା ଦେଇଛି। ଏହାବାଦ ଟଙ୍କା ନେବା ବା ଦେବା ବେଳେ ଉଚିତ ଭାବେ ଯାଞ୍ଚ କରି ନେବାକୁଲୋକଙ୍କୁ ପରାମର୍ଶ ଦେଇଛି ସ୍ପେସାଲ ଟାସ୍କ ଫୋର୍ସ ।

Leave a Reply

Your email address will not be published. Required fields are marked *