Pratidin TV

Odisha's Digital News Platform

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରୁନି ସଂସଦ,ନିଲମ୍ବିତ ହେଲେଣି ୧୫ଜଣ ସାଂସଦ..

1 min read

ଗତକାଲିର ଘଟଣା ଯୋଗୁଁ ଆଜି ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ଯାହାଫଳରେ ଠିକ ଭାବେ ଚାଲିପାରୁନି ଲୋକସଭା । ପୂର୍ବରୁ ବାଚସ୍ପତି ୫ ସାଂସଦଙ୍କୁ ସସପେଣ୍ଡ କରିଥିବା ବେଳେ ପୁଣି ସସପେଣ୍ଡ ହେଲେ ଆଉ ସାଂସଦ । ଏଥିସହ ଆଜି ପାଇଁ ଗୃହ ମୁଲତବି ରଖିଲେ ବାଚସ୍ପତି ଓମ ବିର୍ଲା । ଗୃହରେ ବିଶୃଙ୍ଖଳା ଲାଗି ଆଜି ୧୫ ଜଣ ସାଂସଦଙ୍କୁ କରାଗଲା ନିଲମ୍ବିତ । ତେବେ ଲୋକସଭାରୁ ୧୪ ଜଣ ଥିବା ବେଳେ ରାଜ୍ୟସଭାରୁ ରହିଛନ୍ତି ଜଣେ ସାଂସଦ । ନିଲମ୍ବିତ ଭିତରେ କଂଗ୍ରେସ ରୁ ୯ ଜଣ, ସିପିଏମର ୨ଜଣ ଏବଂ ସିପିଆଇର ଜଣେ ସାଂସଦ ରହିଛନ୍ତି ।

ସେହିପରି ଡିଏମକେର ଦୁଇ ସାଂସଦ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହରେ ହଙ୍ଗାମା କରିଥିବା କଂଗ୍ରେସ ସାଂସଦ ଟି.ଏନ୍‌. ପ୍ରତାପନ, ହିବି ଇଡେନ୍‌, ଜ୍ୟୋତିମଣି, ରମ୍ୟା ହରିଦାସ ଓ ଡିନ୍ କୁରିଆକୋସଙ୍କୁ ଶୀତ ଅଧିବେଶନର ଅବଶିଷ୍ଟ ସମୟରୁ ନିଲମ୍ବିତ କରିଛନ୍ତି । ଏହାପରେ ବି ହଙ୍ଗାମା ଥମି ନ ଥିଲା ଏବଂ ଆହୁରି ୯ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରି ଦିଆଯାଇଛି । ଏଥିରେ ବେନି ବେହନନ, ମହମ୍ମଦ ଜାଭେଦ, ପିଆର୍ ନଟରାଜନ, କନିମୋଝି, ଭିକେ ଶ୍ରୀକନ୍ଦନ, କେ. ସୁବ୍ରମଣ୍ୟମ୍‌, ଏସ୍‌ଆର୍ ପାର୍ôଥମନ, ଏସ୍ ଭେଙ୍କଟେଶନ ଓ ମନିକମ୍ ଟାଗୋର ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *