ମୋହନଙ୍କ ହସ୍ତକ୍ଷେପ ପରେ , ପଶ୍ଚିମବଙ୍ଗରୁ ମୁକୁଳିଲେ ୧୫୫ ଓଡ଼ିଆ
1 min readପଶ୍ଚିମବଙ୍ଗରୁ ମୁକୁଳିଲେ ୧୫୫ ଓଡ଼ିଆ । ଗତକାଲି ଓଡ଼ିଶାର ପଶ୍ଚିମବଙ୍ଗ ମେଦନାପୁର ପଞ୍ଚୁଖଡିକା ଅଞ୍ଚଳରେ ଜୈନିକ କବିରାଜଙ୍କ ପାଖକୁ ଯାଇଥିଲେ ୧୫୫ ରୁ ଅଧିକ ଓଡ଼ିଆ । ସେମାନଙ୍କୁ ଓଡ଼ିଶାର ଲୋକ ଜାଣିପାରି ସେଠାକାର ଲୋକେ ମାରଣାସ୍ତ୍ର ଧରି ସେମାନଙ୍କୁ ଅଟକ ରଖିଥିଲେ । ପଶ୍ଚିମ ବଙ୍ଗରେ ଅଟକ ଥିବା ଓଡ଼ିଆମାନେ ଉଦ୍ଧାର ପାଇଁ ଏକ ଭିଡିଓ ବାର୍ତ୍ତା ପରିବାର ଲୋକଙ୍କ ପାଖକୁ ଜାରି କରିଥିଲେ। ପରିବାର ଲୋକେ ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ ଓ ସାଂସଦ ପ୍ରତାପ ଷଡଙ୍ଗୀ ଘଟଣା ସଂପର୍କରେ ଜଣାଇଥିଲେ।
ପରିବାର ଲୋକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଏହାପରେ ତତ୍ପର ପ୍ରକାଶ କରିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ରେମୁଣା ବିଧାୟକ ଏବଂ ବାଲେଶ୍ବର ଜିଲ୍ଲା ପ୍ରଶାସନ। ଓଡିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇବାପରେ ଗତକାଲି ବିଳମ୍ବିତ ରାତିରେ ଓଡିଆମାନଙ୍କୁ ଓଡିଶା ପୋଲିସଙ୍କୁ ହସ୍ତାନ୍ତର କରିଥିଲେ ।ପରେ ଜଳେଶ୍ବର ପୋଲିସ ତାଙ୍କୁ ପାଣି, ଖାଇବା ଦେବା ସହ ଓଡ଼ିଶାକୁ ଆଣିଥିଲେ । ଉଦ୍ଧାର ହୋଇଥିବା ଓଡ଼ିଆ ଏବଂ ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।