ଏହି ଗ୍ରାମରେ ସାମାଜିକ ବାସନ୍ଦରେ ପ୍ରାୟ ୧୫ ପରିବାର ….
1 min readକବିସୂର୍ଯ୍ୟନଗର : ଏକ ବ୍ୟାଧୀ ପରି ମାଡି ଚାଲିଛି ସାମାଜିକ ବାସନ୍ଦ । କେଉଁଠି ଅନ୍ୟ ଜାତିରେ ବିବାହକୁ ନେଇ ବାସନ୍ଦ ତ ଆଉ କେଉଁଠି ରାଜନୈତିକ କଥାକୁ ନେଇ ସାମାଜିକ ବାସନ୍ଦ ଭଳି ଘଟଣା ଘଟୁଛି । ଏବେ ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବରିଡା-ଏ ଗ୍ରାମରେ ସାମାଜିକ ବାସନ୍ଦ ଭଳି ଘଟଣା ଆସିଛି ।
ଅନ୍ୟ ଜାତିରେ ନିଜର ପୁଅକୁ ବାହା ଘର କରିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିବା ଜଣାଯାଇଛି । ଏନେଇ ସେ ମାନବ ଅଧିକାର କମିଶନ ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଦେଶ ସ୍ୱାଧିନତା ହେବାର ୭୪ ବର୍ଷ ବିତିଲାଣି । ହେଲେ ଏବେ ବି ଲୋକଙ୍କ ମନରେ ରହିଛି ଅନେକ କୁପ୍ରଥା । ସାମାନ୍ୟ ଭୁଲ ପାଇଁ ଗାଁରୁ ତଡିପାର, ଜାତିରୁ ବାସନ୍ଦ, ନ ହେଲେ ନିଆଁ ପାଣି ମନା । ଗଞ୍ଜାମ ଜିଲ୍ଲାରେ ଏବେ ଏଭଳି କୁତ୍ସିତ ପ୍ରଥା କାୟା ବିସ୍ତାର କରିବାରେ ଲାଗିଛି । ଯାହା ଏବେ ସବୁଠୁ ଚିନ୍ତାଜନକ ବିଷୟ ହୋଇଛି । ଭିନ୍ନ ଜାତିରେ ବିବାହ କରିବାରୁ ପୁଲିସରେ କାର୍ଯ୍ୟ କରୁଥିବା ଜଣେ କୁପ୍ରଥାର ଶିକାର ହେବାକୁ ପଡିଛି । ସେମାନେ ଗାଁରେ କାହା ସହ ମିଶି ପାରୁଛନ୍ତି , ନା କୈାଣସି ସାମାଜିକ କାର୍ଯ୍ୟରେ ସାମିଲ ହୋଇ ପାରୁଛନ୍ତି ।
ବରିଡା-ଏ ଗ୍ରାମରେ ବାସନ୍ଦ ଭଳି କୁପ୍ରଥାର ପ୍ରଭାବରେ ଆହୁରି ୧୫ ପରିବାର ଶିକାର ହୋଇଛନ୍ତି । ଏଥିଯୋଗୁଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗରିବ ଶ୍ରେଣୀ ବର୍ଗ ହୋଇଥିବା ଯୋଗୁଁ ପ୍ରତିବାଦ କରିବା ପାଇଁ ସାହାସ ଜୁଟୁ ନଥିବା ପ୍ରତିକ୍ରିୟା ରଖିଛନ୍ତି । ଏଭଳି କୁତ୍ସିତ ପ୍ରଥାକୁ ପ୍ରତିବାଦ କରିବା ପାଇଁ ଶେଷ ଉପାୟ କେବଳ ଆଇନ ଆଶ୍ରୟ ପାଇଁ ମତବ୍ୟକ୍ତ କରିଛନ୍ତି ।