Pratidin TV

Odisha's Digital News Platform

ଘାଟିରୁ ୧୫୦ଫୁଟ୍ ତଳକୁ ଖସିଲା ଯବାନଙ୍କ ଗାଡି : ୧୬ ମୃତ , ୪ ଗୁରୁତର

1 min read

ନୂଆଦିଲ୍ଲୀ : ଭାରତୀୟ ସେନା ସହ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଭାରତ-ଚୀନ ସୀମାରେ ଘଟିଛି ଏଭଳି ଏକ ଅଘଟଣ । ଯେଉଁଥିରେ ଭାରତର ୧୬ ଜଣ ଯାବନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଡିସେମ୍ଭର ୨୩ ଅର୍ଥାତ୍ ଆଜି ସକାଳ ୮ ଟା ସମୟରେ ଉତ୍ତର ସିକିମର ଜେମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ସେନା ଟ୍ରକ ୧୫୦ ଫୁଟ୍ ତଳକୁ ଖସି ପଡିଥିଲା । ଗାଡିଟି ୧୫୦ ଫୁଟ୍ ତଳକୁ ଖସିଥିବାରୁ ଘଟଣାସ୍ଥଳରେ ୧୩ ଜଣ ଯବାନ ଓ ୩ ଜଣ ଜୁନିଅର କମିସନ୍ଡ ଅଫିସରଙ୍କ ମୃତ୍ୟୁ ଘଟିଥିଲା।

ସେନାର ଏହି ଗାଡ଼ିଟି ଯବାନଙ୍କୁ ନେଇ ଚାଟେନ୍ରୁ ଥାଙ୍ଗୁ ଅଭିମୁଖେ ଯାଉଥିଲା। ଏହି ଗାଡ଼ି ସହିତ ସେନାର ଆଉ ଦୁଇଟି ଗାଡ଼ି ମଧ୍ୟ ଯାଉଥିଲେ। ଖବର ମିଳିବା ମାତ୍ରେ ସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଗୁରୁତର ଆହତ ହୋଇଥିବା ୪ ଯବାନଙ୍କୁ ଉଦ୍ଧାର କରି ଏୟାର ଲିଫ୍ଟ କରାଯାଇ ବେଙ୍ଗଲ ଆର୍ମି ହସ୍ପିଟାଲ୍କୁ ନିଆଯାଇଥିଲା।

ତେବେ ଏହି ବଡ ଧରଣର ଦୁର୍ଘଟଣାଟି ପ୍ରକୃତରେ ଏକ ଦୁର୍ଘଟଣା । ନା ଚୀନର କୌଣସି କୁଟନୀତି । ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *