Pratidin TV

Odisha's Digital News Platform

ଭାରତର ଚିନ୍ତା ବଢାଇଲାଣି ଓମିକ୍ରନ BF.7 , ଆକ୍ରାନ୍ତଙ୍କ ଠାରେ ଦେଖାଯାଉଛି ୧୬ ପ୍ରକାରର ଲକ୍ଷଣ…

1 min read

ଭୁବନେଶ୍ୱର : ହଠାତ୍ କୋଭିଡ୍‌ର ବୃଦ୍ଧି ପାଉଥିବା ନୂଆ ଭୂତାଣର ସଂଖ୍ୟା ବିଶ୍ୱରେ ପୁଣିଥରେ ଆତଙ୍କ ସୃଷ୍ଟି କରିଛି । ଚୀନ ସହ ଜାପାନ,ଆମେରିକା,ବ୍ରାଜିଲ୍‌,ସାଉଥ୍‌କୋରିଆ ,ଆର୍ଜେଣ୍ଟିନାରେ ମଧ୍ୟ ନୂଆ ଭୂତାଣୁ ବିଏଫ୍ ୭ ମାଡିବାରେ ଲାଗିଛି । ଏନେଇ ଭାରତକୁ ଘାରିଲାଣି ନୂଆ ଭୂତାଣୁର ଭୟ । ଗତକାଲି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୈଠକ ଡାକିଥିଲା । ଯେଉଁଥିରେ ଭାରତକୁ ଅନେକ ଗୁତୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତର ଚିନ୍ତା ବଢିବାର କାରଣ ବିଏଫ୍ ୭ । ଏହି ନୂଆ ଭାରିଏଣ୍ଟ ଏବେ ଭାରତ ତଥା ଓଡିଶାରେ ମଧ୍ୟ ଦେଖାଦେଇଛି । ଗୁଜୁରାଟ୍‌ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଓଡିଶାର ଖୋର୍ଦ୍ଧା ଜିଲ୍ଲାରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisement

ବର୍ତ୍ତମାନଠାରୁ ମାସ୍କ ଲଗାଇବା ସହ ଆଗକୁ ସମସସେ ବୁଷ୍ଟର ଟିକା ନେବା ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନମୁଖ ମାଣ୍ଡଭୀୟ । ସେହିଭଳି ବିମାନ ବନ୍ଦର ଗୁଡିକରେ ମଧ୍ୟ ସାମ୍ପୁଲ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ଏହି ବିଏଫ୍ ୭ ଏତିଶ୍ରୀଘ୍ର ବ୍ୟାପିବାର ପ୍ରଥମ କାରଣ ହେଉଛି ଅଣଦେଖା । କାରଣ ଏହାର ଲକ୍ଷଣ ଗୁଡିକ ସାଧାରଣ ଜ୍ୱର କିମ୍ବା ଥଣ୍ଡା ଭଳି ଯଦ୍ୱାରା ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି ।

ୟୁକେର ଗୋଟିଏ ହେଲ୍‌ଥ ଷ୍ଟଡିରୁ ଆପ୍ ତଙଋ ର ଅଧ୍ୟନରୁ ଜଣାପଡିଛି ଯେ ନୂଆ ଭାରିଏଣ୍ଟ ବିଏଫ୍ ୭ ରେ ୧୬ ପ୍ରକାରର ଲକ୍ଷଣ ଦେଖାଯାଉଛି । ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଉଛି । ୟୁକେର ସେହି ଆପ୍‌ରେ ନୂଆ ଭାରିଏଣ୍ଟରେ ଆକ୍ରାନ୍ତ ରୋଗିମାନେ ନିଜ ନିଜ ଲକ୍ଷଣ ବିଷୟରେ ସୂଚନା ଦେଇଛନ୍ତି । ସେଥିରୁ ବିଶେଷ ଭାବେ ଏହି ୧୬ଟି ଲକ୍ଷଣ ଆକ୍ରାନ୍ତଙ୍କ ପାଖରେ ଦେଖାଦେଇଛି ।

୧-ତଣ୍ଟି ଦରଜ ଲାଗିବା ବା ଖାସ ହେବା
୨- ଛିଙ୍କ ହେବା
୩- ନାକ ନ ଫିଟିବା ବା ନିଶ୍ୱାସ ନେବାରେ କଷ୍ଟ ହେବା
୪- କଫ ନଥାଇ ବି କାଶ ହେବା ବା ଶୁଖିଲା କାଶ
୫- ମୁଣ୍ଡବିନ୍ଧା
୬- କଫ ସହ କାସ ହେବା
୭- କଥା କହିବାକୁ ଅସୁବିଧା ଲାଗିବା
୮- ସ୍ୱାଦ ନ ବାରିପାରିବା ବା କିଛି ଜିନିଷର ବାଶ୍ନା ଅନୁଭବ କରିନପାରିବା
୯- ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା
୧୦-ଜ୍ୱର ଆସିବା
୧୧-କମ୍ପ ସହ ଜ୍ୱର ଅନୁଭବ କରିବା
୧୨-ବାରମ୍ବାର କାଶ ହେବ / କାଶ ଲାଗିରହିବା
୧୩-ଭୋକ ନଲାଗିବା
୧୪-ଡାଇରିଆ
୧୫-ମାନ୍ଦା ଲାଗିବା /ବାରମ୍ବାର ଦେହ ଖରାପ ହେବା
୧୬- କ୍ଲାନ୍ତି ଅନୁଭବ ହେବା

Leave a Reply

Your email address will not be published. Required fields are marked *