Pratidin TV

Odisha's Digital News Platform

ସକ୍ରିୟ ହେଉଛି କରୋନା ବଢୁଛି ସଙ୍କ୍ରମିତଙ୍କ ସଂଖ୍ୟା, ବୈଠକ ଡକାଇଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ…

1 min read

ପୁଣି ଧୀରେ ଧୀରେ ସକ୍ରିୟ ହେଉଛି କରୋନା । ଦେଶର କିଛି ରାଜ୍ୟରେ ବଢିବାକୁ ଲାଗିଛି ସଙ୍କ୍ରମଣ । ଯାହାକୁ ନେଇ ସଚେତନ କରିଛି ବିଶ୍ୱ ସ୍ୱସ୍ଥ୍ୟା ସଂଗଠନ । ସେହିପରି ଆସନ୍ତାକାଲି କରୋନାକୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବସିବ ବୈଠକ । କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ତେବେ କରୋନାର ସବଭ୍ୟାରିଏଣ୍ଟ ଜେଏନ-୧ ଭାରତରୁ ଠାବ ହୋଇଛି । ଏହାକୁ ନଜରରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ଓ ଏହାକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କୁହାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ ଓ ଅଧିକ ସତର୍କ ରହିବାକୁ ପଡ଼ିବ । ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି । କେରଳରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କର୍ଣ୍ଣାଟକରେ ବି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଗତ ୪୫ ଦିନ ମଧ୍ୟରେ ୧,୬୦୦ କୋଭିଡ ମାମଲା ଏବଂ ୧୦ ଟି କୋଭିଡ ମୃତ୍ୟୁ ଘଟିଛି । କୋଭିଡ ମାମଲାରେ ସାମାନ୍ୟ ବୃଦ୍ଧି ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛି ଏବଂ ପ୍ରସ୍ତୁତି କାର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *