Pratidin TV

Odisha's Digital News Platform

ପୋଖରୀକୁ ଖସିଲା ଯାତ୍ରୀବାହି ବସ୍ ; ୧୭ ମୃତ ,୩୫ ଗୁରୁତର ଆହତ

1 min read

ବାଂଲାଦେଶ : ସକାଳୁ ସକାଳୁ ଦୁର୍ଘଟଣା । ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୮ଜଣ ମହିଳା ଥିବା ଜଣାପଡିଛି ।

ଖବର ଅନୁଯାୟୀ ଗତକାଲି ସକାଳ ୯ ଟା ସମୟରେ ବାଂଲାଦେଶର ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି । ବସଟି ପିରୋଜପୁରର ଭଣ୍ଡାରିଆରୁ ଗତକାଲି ସକାଳ ପ୍ରାୟ ୯ ଟାରେ ଛାଡି ବରିଶାଲ-ଖୁଲନା ରାଜପଥରେ ଥିବା ଛତ୍ରକଣ୍ଡାଠାରେ ରାସ୍ତାକଡ଼ରେ ଥିବା ଏକ ପୋଖରୀରେ ଖସି ପଡିଥିଲା । ବସଟି ଓଭର ଲୋଡ୍ ଥିବା ଯୋଗୁ ତୁରନ୍ତ ବୁଡିଯାଇଥିଲା । ଖବରପାଇଁ ଅଗ୍ନୀଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚିଥିଲା । ଏହାପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟାମରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ବସରୁ ୩୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୧୭ ଜଣଙ୍କ ମୃତଦେହ ବାହାର କରାଯାଇଛି ।

Advertisement

ତେବେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରର ଅବହେଳା ଯୋଗୁ ଏଭଳି ଘଟିଥିବା କହିଛନ୍ତି ସୁସ୍ଥ ଥିବା କିଛି ଯାତ୍ରୀ । କାରଣ ବସଟି ୫୨ ଜଣ କ୍ଷମତା ବିଶିଷ୍ଟ ହୋଇଥିଲେ ମଧ୍ୟ ଏଥିରେ ୬୦ ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଫଳରେ ଭାରସାମ୍ୟ ହରା ବସଟି ପୋଖରୀକୁ ଖସିଯାଇଥିଲା ।

Leave a Reply

Your email address will not be published. Required fields are marked *