Pratidin TV

Odisha's Digital News Platform

ଗଡ଼ ଖୋର୍ଦ୍ଧା ଛକ ନିକଟରେ ତୀର୍ଥଯାତ୍ରା ବସକୁ ପଛରୁ ପିଟିଲା ହାଇୱା , ୧୭ ଆହତ

1 min read

ଖୋର୍ଦ୍ଧା : ତୀର୍ଥଯାତ୍ରା ବସ୍ ସହ ହାଇୱା ଧକ୍କା। ୧୬ ନ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଓଭର ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା। ରାୟଗଡ଼ା ଜିଲ୍ଲାର ଗୁଡରି ରୁ ୪୨ଜଣ ଯାତ୍ରୀ ଙ୍କୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ଓ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ଆସୁଥିବା ବସ୍ ଖୋର୍ଦ୍ଧା ଉପକଣ୍ଠ ଗଡ ଖୋର୍ଦ୍ଧା ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହାଇୱା ଟ୍ରକ ପଛରୁ ବସ କୁ ଧକ୍କା ଦେଇଥିଲା। ବସ ରେ ଥିବା ୧୭ ଜଣ ଯାତ୍ରୀ ଙ୍କ ଆହତ ହୋଇଥିଲେ ।

ଯାତ୍ରୀମାନେ ପୁରୀ ଅଭିମୁଖେ ଯାଉଥିବା ଜଣାପଡିଛି।ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ନିର୍ଦ୍ଦେଶ କ୍ରମେ,ପିଡ଼ି ବାଦଲ ମହାନ୍ତି,ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଏସ୍ଡିପିଓ ଦିଲ୍ଲୀପ କୁମାର ଦାସ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂ,ଏସଆଇ ବୁଲୁ ସେଠି,ପହଁଛି ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ ନେଇ ଯାତ୍ରୀ ମାନଙ୍କୁ ଆବଶ୍ୟକୀୟ ସହଯୋଗ, ଚିକିତ୍ସା ପ୍ରଦାନ କରାଇଛନ୍ତି।

Advertisement

ଖୋର୍ଦ୍ଧା ମୁଖ୍ୟଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ,ଏଡିଏମ ମେଡିକାଲ ପହଁଛି ଥିଲେ।ସମସ୍ତଙ୍କୁ ଚିକିତ୍ସା ପରେ ସମସ୍ତ ଯାତ୍ରୀ ମାନେ ସୁସ୍ଥ ଥିବା ବେଳେ ସେମାନଙ୍କୁ ପୁନଃ ଖୋର୍ଦ୍ଧା ପ୍ରଶାସନ ପୁରୀ ପରିକ୍ରମା ପରିଦର୍ଶନ ନିମନ୍ତେ ପଠାଇଥିବା ଜଣାପଡିଛି।ସେପଟେ ଶିଳ୍ପାଞ୍ଚଳ ପୋଲିସ ବସ ଏବଂ ଟ୍ରକ କୁ ଜବତ କରି ତଦନ୍ତ ଚଳାଇ ଛନ୍ତି।

Leave a Reply

Your email address will not be published. Required fields are marked *