Pratidin TV

Odisha's Digital News Platform

ଗୋଟିଏ ବିବାହ କାର୍ଡରେ୧୭ ଜଣଙ୍କ ବାହାଘର , ଜାଣନ୍ତୁ ଏହା ପଛର କାରଣ ..

1 min read

ସମସ୍ତେ ସାମୁହିକ ବିବାହ ବା ଗଣବିବାହ ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି , ଯେଉଁଥିରେ ଏକାଧିକ ବରକନ୍ୟା ଙ୍କର ଏକା ସାଙ୍ଗରେ ବିବାହ ହୋଇଥାଏ । ହେଲେ କେବେ ଶୁଣିଛନ୍ତି କି ଗୋଟିଏ ପରିବାରରେ ଏକାଥରେ ୧୭ ଜଣଙ୍କର ବିବାହ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ପରିବାରେ ୧୭ ଜଣଙ୍କର ଏକାସାଙ୍ଗରେ ବିବାହା ହୋଇଛି । ରାଜସ୍ଥାନର ଲାଲମଦେସର ଗାଁରେ ନିବାସୀ ସୁରଜାରାମ ଗୋଦାରା ନିଜର ୧୭ ଜଣ ନାତି ନାତୁଣୀଙ୍କ ଏକା ସାଙ୍ଗରେ ବିବାହ କରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଆଜିର ସମାଜରେ ସଂଯୁକ୍ତ ପରିବାରର ମହତ୍ତ୍ୱ ଦର୍ଶାଇବା ସହ ବିବାହର ଆୟୋଜନର ଖର୍ଚ୍ଚକୁ କମାଇବାର ଉପାୟ ଦେଖାଇଛନ୍ତି ।

ରଜାସ୍ଥନ ସୁରଜାରାମ ଗୋଦାରା ତାଙ୍କ ୧୭ ନାତି ନାତୁଣୀଙ୍କ ବିବାହକୁ ଏକାସାଙ୍ଗରେ କରିଛନ୍ତି । ଏଥିପାଇଁ କେବଳ ଗୋଟିଏ ବିବାହ ନିମନ୍ତ୍ରଣ କାର୍ଡ ଛପା ଯାଇଥିଲା । ଯେଉଁଥିରେ ପାଞ୍ଚ ନାତି ଏବଂ ୧୨ ନାତୁଣୀ ଙ୍କ ନାମ ଲେଖାଯାଇଥିଲା । ସମସ୍ତ ପାଞ୍ଚ ବରର ବିବାହ ଶୋଭାଯାତ୍ରା ଏକ ସମୟରେ ପଠାଗଲା । ନାତୁଣୀମାନଙ୍କୁ ବିବାହ କରିବାକୁ ଆସୁଥିବା ବିବାହ ଶୋଭାଯାତ୍ରାର ସ୍ୱାଗତ କାର୍ଯ୍ୟକ୍ରମ ମଧ୍ୟ ଏକ ସମୟରେ କରାଯାଇଥିଲା । ଗତ ଏପ୍ରିଲ ମାସ ୧ ତାରିଖରେ ପ୍ରଥମେ ସମ୍ପର୍କୀୟ ୫ ଜଣ ଭାଇମାନଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ଏହା ପର ଦିନ ଅର୍ଥାତ ଏପ୍ରିଲ ୨ ତାରିଖରେ ଅନ୍ୟ ୧୨ ଜଣ ସମ୍ପର୍କୀୟ ଭଉଣୀ ମାନେ ବିବାହ କରିଥିଲେ । ତେବେ ଆଜିର ସମାଜରେ ଯେଉଁଠି ଲୋକମାନେ ଏକକ ପରିବାରକୁ ଆପଣାଉଥିବା ବେଳେ, ସୁରଜାରାମଙ୍କ ସଂଯୁକ୍ତ ପରିବାର ପାରିବାରିକ ସ୍ନେହ ଓ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛି । ଏହାସହ ବହୁ ବିବାହ ଜନିତ ଖର୍ଚ୍ଚକୁ କିଭଳି ଭାବେ ସୁନିୟୋଜିତ ଉପାୟରେ କମ୍ କରି ହେବ ତାକୁ ଦର୍ଶାଇଛନ୍ତି ସୁରଜାରାମଙ୍କ ପରିବାର । ଯାହାକୁ ନେଇ ବେଶ ପ୍ରଶଂସା ସାଉଁଟିଛନ୍ତି ଗୋଦାରା ପରିବାର ।ପରିବାରର ସଦସ୍ୟ କହିଛନ୍ତି ଏଭଳି କରିବା ଦ୍ୱାରା ବିବାହରେ ହେଉଥିବା ଖର୍ଚ୍ଚ କମ୍ ହେବା ସହ କାର୍ଡ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *