Pratidin TV

Odisha's Digital News Platform

ପୁରୀ ସମୁଦ୍ରକୁ ଗାଧୋଇବାକୁ ଯାଇଁ ନିଖୋଜ ହୋଇଗଲେ ଯୁବକ

1 min read

ପୁରୀ : ଯାଜପୁର ଜିଲ୍ଲା ମାଳସାହି ଅଚଂଳର ଆୟୁଷ ଜେନା ବୟସ (୧୭) । ଆୟୁଷ ପରିବାର ଲୋକଙ୍କ ସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ଆଜି ସକାଳ ଦର୍ଶନ ପରେ ପୁରି ବେଳାଭୂମିର ୯ ନମ୍ବର ସେକ୍ଟର ଚୈତନ୍ୟ ଛକରେ ପରିବାର ଲୋକଙ୍କ ସହ ଗାଧୋଇବାର ମଜା ନେଉଥିବା ସମୟରେ ଅଜାଣତରେ ଗୋଡଖସିଯାଇ ସମୁଦ୍ରର ଗଭୀର ଜଳ ଭିତରେ ନିଖୋଜ ହୋଇଯାଇଥିଲେ ଆୟୁଷ ।

ଘଟଣାସ୍ଥଳରେ ଉପସ୍ଥି ତ ଥିବା ଅଗ୍ନିସମ ଟିମ୍ ଓ ଲାଇଫ ଗାର୍ଡକୁ ପରିବାର ଲୋକେ ଖବର ଦେଇଥିଲେ । ତତ୍‌କ୍ଷଣାତ୍ ଉର୍ଦ୍ଧାର ଟିମ ଆୟୁଷଙ୍କୁ ଖୋଜିବାରେ ଲାଗିପଡିଥିଲା ।ସୂଚନାମୁତାବକ ଅଗ୍ନିସମ ଟିମ୍ ଗଭୀର ସମୁଦ୍ରରେ ବୋଟ ସାହାର୍ଯ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *