Pratidin TV

Odisha's Digital News Platform

୧୮ ପାକିସ୍ତାନୀଙ୍କୁ ମିଳିଲା ଭାରତୀୟ ନାଗରିକତା , ଗୁଜୁରାଟ ସରକାର ଦେଲେ ପ୍ରମାଣପତ୍ର ..

1 min read

ଦେଶରେ ସିଏଏ ଲାଗୁ ହେବା ପରେ ୧୮ପାକିସ୍ତାନୀକୁ ମିଳିଛି ଭାରତୀୟ ନାଗରିକତା । ଅହମ୍ମଦାବାଦରେ ରହୁଥିବା ୧୮ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି । ଏହା ସହିତ ଗୁଜୁରାଟରେ ରହୁଥିବା ୧,୧୬୭ ଶରଣାର୍ଥୀ ହିନ୍ଦୁଙ୍କୁ ଅହମ୍ମଦାବାଦ ଜିଲା କଲେକ୍ଟରେଟ ଦ୍ୱାରା ନାଗରିକତ୍ୱ ପ୍ରଦାନ କରାଯାଇଛି । ଜିଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ଶିବିରରେ ସାଙ୍ଗଭୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଥିଲେ ଏବଂ ଏକ ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି, ଆଶା ରହିଛି ଆପଣ ସମସ୍ତେ ଦେଶର ବିକାଶ ଯାତ୍ରାରେ ଭାଗ ନେବାକୁ ସଂକଳ୍ପବଦ୍ଧ ହେବେ ଏବଂ ଯେଉଁମାନେ ଭାରତୀୟ ନାଗରିକତା ହାସଲ କରିଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶରେ ସିଏଏ ଲାଗୁ କରିଥିଲେ । ଏହି ଆଇନ ଦ୍ୱାରା ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ ।

Advertisement

୨୦୧୯ ଲୋକସଭା ନିର୍ବାଚନ ପୁର୍ବରୁ ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା ବିଜେପି । ଏହାକୁ ଦଳ ବଡ ପ୍ରସଙ୍ଗ କରିଥିଲା ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଏହାପରେ କେନ୍ଦ୍ର ସରକାର ବିଜ୍ଞପ୍ତି ଆଣି ସିଏଏ ଲାଗୁ କରିଥିଲେ । ନାଗରିକାତ ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ ।

Leave a Reply

Your email address will not be published. Required fields are marked *