ଯବାନଙ୍କ ଗୁଳିରେ ନିପାତ ହେଲେ ୧୮ ନକ୍ସଲ …
1 min readଲୋକସଭା ନିର୍ବାଚନ ପାଇଁ ମତଦାନ ପୂର୍ବରୁ ପୁଣି ଛତିଶଗଡ଼ରେ ମୁହାଁ ମୁହିଁ ହେଲେ ଯବାନ ଓ ନକ୍ସଲ । ଆଉ ଯବାନଙ୍କ ଗୁଳିରେ ଟଳିଲେ ୧୮ ନକ୍ସଲ । ସେହି ନକ୍ସଲମାନଙ୍କ ଭିତରେ ମାଓବାଦୀ ସଂଗଠନର କିଛି ଟପ୍ ଲିଡର ମଧ୍ୟ ରହିଛନ୍ତି । କାଂକେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଂଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଏହି ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୮ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଛି । ତେବେ ଗୁଳି ବିନିମୟରେ ଜଣେ ବିଏସ୍ଏଫ୍ ଇନ୍ସପେକ୍ଟର ସମେତ ୨ ଯବାନ ଆହତ ହୋଇଛନ୍ତି ।
ତେବେ ବର୍ତ୍ତମାନ ମଧ୍ୟ ସେଠାରେ ଗୁଳିବିନିମୟ ଜାରି ରହିଛି । ଏସ୍ପି ଇନ୍ଦ୍ରା କଲ୍ୟାଣ ଏଲେସେଲା କହିଛନ୍ତି, ଗୁଳି ବିନିମୟରେ ବିଏସ୍ଏଫ୍ର ଜଣେ ଇନ୍ସପେକ୍ଟର ସମେତ ୨ ଜଣ ଆହତ ହୋଇଛନ୍ତି । ଏନ୍କାଉଣ୍ଟରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ଚଳିତ ମାସ ୧୯ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଯିବ । ଛତିଶଗଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ମତଦାନ ମାତ୍ର ୨ ଦିନ ଥିବା ବେଳେ ମାଓଦାବୀ ଗତିବିଧି ଦେଖାଯାଇଛି । ତେବେ ନିର୍ବାଚନ ଭଣ୍ଡୁର କରିବା ପାଇଁ କିଛି ବଡ ଧରଣର ଘଟଣା ଘଟାଇବା ପୂର୍ବରୁ ୧୮ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଯବାନ ।