ରାଜଧାନୀରେ ପୁଣି ଆତ୍ମହତ୍ୟା : ୧୮ ବର୍ଷିୟ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
1 min readଭୁବନେଶ୍ୱର : ଆତ୍ମହତ୍ୟାର ଗନ୍ତାଘର ପାଲଟିଛି ଭୁବନେଶ୍ୱର । ଯେପରି ସ୍ମାର୍ଟ ସିଟିର ଏକ ଫ୍ୟାସନ ଯାହା ଜଣଙ୍କଠୁ ବ୍ୟାପିଯାଇଛି ସାରା ରାଜଧାନୀରେ । ଗତକିଛ ମାସ ଧରି ରାଜଧାନୀରେ ଲାଗିରହିଛି ଆତ୍ମହତ୍ୟା । ଏଠି ପ୍ରତ୍ୟକଦିନ କେହିନା କେହି ହାରି ଦେଉଛି ନିଜ ମୂଲ୍ୟବାନ ଜୀବନ । ତେବେ କଣ ପାଇଁ ଆମ ଯୁବ ପିଢି ଏପରି ପଦକ୍ଷେପ ନେଉଛି ! ଏହାକୁ ସରକାର ନଜର ଅନ୍ଦାଜ କରୁଥିଲେ ବି ଆଗାମୀ ପିଢି ପାଇଁ ଏହା ଏକ ବଡ ବାଧକ ସାଜିବ ଯାହା ପିଲାମାନଙ୍କର ମାନସିକ ସ୍ଥିତିକୁ ଖୁବ୍ ପ୍ରଭାବିତ କରିବ ।
ଗତକାଲି ରାଜଧାନୀରେ ୨ ଟି ଆତ୍ମହତ୍ୟା ପରେ ଆଜି ପୁଣି ଏକ ଜୀବନ ଯାଇଛି ଭୁବନେଶ୍ୱରର ବଡଗଡ ଠାରେ । ମୃତ ଯୁବତୀଙ୍କ ନାଁ କେ.ଇନ୍ଦିରା ରାଓ । ବୟସ ମାତ୍ରା ୧୮ । ଆଜି ସକାଳ ସମୟରେ ବଡଗଡ ଥାନା ପୋଲିସ ଇନ୍ଦିରାଙ୍କ ଝୁଲୁଥିବା ମୃତଦେହଟିକୁ ଉଦ୍ଧାର କରିଛି ।ତେବେ ସେ କଣ ପାଇଁ ଓ କାହିଁକି ଏପରି କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ । ଏନେଇ ପୋଲିସ ଉକ୍ତ ସ୍ଥାନରେ ଛାନ୍ ଭିନ୍ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି ।