Pratidin TV

Odisha's Digital News Platform

ଗୋଟେ ଦିନରେ ୨ଟି ଟ୍ରେନରେ ଲାଗିଲା ନିଆଁ, କାହାର ମୃତ ହୋଇ ନଥିବା ବେଳେ ୧୯ ଆହତ ଅଛନ୍ତି..

1 min read

ଉତ୍ତରପ୍ରଦେଶରେ ପୁଣି ଟ୍ରେନରେ ଲାଗିଲା ନିଆଁ । ଗତକାଲି ରାତିରେ ବୈଶାଳୀ ଏକ୍ସପ୍ରେସରେ ନିଆଁ ଲାଗିଛି । ଦିଲ୍ଲୀରୁ ସହରସା ଯାଉଥିବାବେଳେ ଇୱା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ଟ୍ରେନର ଏସ-୬ କୋଚର ଟଏଲେଟରେ ନିଆଁ ଲାଗି ଯାଇଥିଲା। ବଗିରେ ନିଆଁ ଲାଗିବାରୁ ୧୯ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗତକାଲି ଆଉ ଏକ ଟ୍ରେନରେ ମଧ୍ୟ ନିଆଁ ଲାଗିଥିଲା । ଉତ୍ତରପ୍ରଦେଶର ଇଟାୱାରେ ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ମଧ୍ୟ ନିଆଁ ଲାଗିଥିଲା ।ଏହି ଅଗ୍ନିକାଣ୍ଡରେ ୩ଟି ବଗି ଜଳିଯାଇଥିଲା । ଟ୍ରେନରେ ନିଆଁ ଲାଗିବା କ୍ଷଣି ଲୋକେ ଟ୍ରେନରୁ ଡେଇଁ ପଡ଼ିଥିଲେ । ଏଥିରେ କେହି ମୃତାହାତ ହୋଇନଥିବା ସୂଚନା ରହିଛି । ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିନେଇଥିଲେ ।୧୨ଘଣ୍ଟା ଭିତରେ ଦୁଇ ଦୁଇଟି ଟ୍ରେନରେ ନିଆଁ ଲାଗି ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *